Mon. Jun 16th, 2025

୩ ଲକ୍ଷ ଟଙ୍କା ଋଣ ପରିଶୋଧ ବଦଳରେ ସ୍ତ୍ରୀଙ୍କୁ ସାଙ୍ଗ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ ସ୍ୱାମୀ

By amfnews Jan 14, 2019 #Featured
236 Views

ମୁମ୍ବାଇ,ଜାନୁଆରୀ ୧୪ : ମହାରାଷ୍ଟ୍ରର ମୁମ୍ବାଇ ମହାନଗର ଅନ୍ତର୍ଗତ ନେହେରୁ ନଗର ପୁଲିସ ଥାନା ଅଞ୍ଚଳରେ ରହୁଥିବା ଜଣେ ୨୪ ବର୍ଷୀୟା ମହିଳା ସ୍ୱାମୀ ତାଙ୍କୁ ମାଡ଼ ମାରୁଥିବାର ଅଭିଯୋଗ ଆଣିଛନ୍ତି। ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବାପରେ ଘଟଣାର ତଦନ୍ତ ଚାଲିଛି।
ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ଜଣେ ସାଙ୍ଗ ସହିତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଛନ୍ତି। କୁହାଯାଉଛି ଯେ ଅଭିଯୁକ୍ତ ସ୍ୱାମୀଜଣକ ଜଣେ ନିଶାଗ୍ରସ୍ତ ବ୍ୟକ୍ତି। ସେ ଜଣେ ସାଙ୍ଗଙ୍କଠାରୁ ୩ ଲକ୍ଷ ଟଙ୍କା ଋଣ ନେଇଥିଲେ। ଏହି ଋଣ ସେ ପରିଶୋଧ କରିବାକୁ ଅସମର୍ଥ। ଏହା ବଦଳରେ ସାଙ୍ଗ ଜଣକ ଅଭିଯୁକ୍ତଙ୍କୁ କହିଲା ଯେ ଯଦି ସେ ତାଙ୍କର ସ୍ତ୍ରୀ ସହିତ ଶାରୀରିକ ସଂପର୍କ ରଖିବାର ସୁଯୋଗ ଦେବ,ତେବେ ଋଣ ପରିଶୋଧ ହୋଇଯିବ। ଏଥିରେ ଅଭିଯୁକ୍ତ ରାଜି ହେଲେ।

ଏଣୁ ଅଭିଯୁକ୍ତ ସ୍ୱାମୀ ତାର ସ୍ତ୍ରୀକୁ ସାଙ୍ଗ ସହିତ ରାତି ବିତାଇବାକୁ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହାକୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ତାଙ୍କୁ ମାଡ଼ ମାରୁଥିଲେ ବୋଲି ଅଭିଯୋଗ ହୋଇଛି।  ପୁଲିସ କହିଛି ଯେ ଅଭିଯୁକ୍ତ ଯୁବକ ପୁଲିସକୁ ମାରପିଟ କରିଛି। ତେବେ ଏ ସଂପର୍କରେ ପୁଲିସ ବର୍ତ୍ତମାନ କୌଣସି ସ୍ପଷ୍ଟ ସୂଚନା ଦେଉନଥିବା କୁହାଯାଉଛି।

By amfnews

Related Post