175 Views
ଓଡିଶା ସରକାରଙ୍କ ଦୁଆର ଆଦିବାସୀ ହରିଜନ ଓ ପଛୁଆ ବର୍ଗ ଛାତ୍ରଚାରିଙ୍କ ପାଇଁ ରହିବା, ଖାଇବା, ଡ୍ରେସ ଓ ପୁସ୍ତକ ମାଗଣାରେ ଦେବାର ଯୋଜନା ଅଛି | କିନ୍ତୁ କୋରାପୁଟ ଭଳି ଆଦିବାସୀ ଜିଲ୍ଲାରେ ଏହି ସବୁ ଯୋଜନା ବାଟବଣା ହୋଇଥିବା ଜଣାପଡିଛି | କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ରେ ୧୬ ଟି ଉଚ୍ଚ ବିଦ୍ୟାଳୟ ରେ ମାଗଣା ପୁସ୍ତକ ପହଂଚି ପରିବାରେ ଅସଫଳ ହୋଇଥଚି | ବିଦ୍ୟାଳୟ ଖୋଲିବାରେ ୩ ମାସ ବିତିଯାଇଥିଲେ ମଧ୍ୟ ସ୍କୁଲ କୁ ପୁସ୍ତକ ପହଂଚିପାରିନି |
ଚଳିତ ମାସ ୨୪ ତାରିଖରୁ ନବମ ଶ୍ରେଣୀର ତ୍ରୟମାସିକ ଓ ଦଶମ ଶ୍ରେଣୀର ପ୍ରିଟେଷ୍ଟ ପରୀକ୍ଷା ଆରମ୍ଭ ହବ | ପୁସ୍ତକ ନ ପହଞ୍ଚିବାରୁ ଛାତ୍ରଛାତ୍ରୀ ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି | ୧୬ ଟି ବିଦ୍ୟାଳୟରେ ପ୍ରାୟ ନବମ ଓ ଦଶମ ଶ୍ରେଣୀରେ ଏକ ହଜାର ରୁ ଉର୍ଧ ପଢୁଛନ୍ତି | କିନ୍ତୁ ବ୍ଲକ ଶିକ୍ଷା ବିଭାଗର ଉଦାସୀନତା ହଜାର ହଜାର ପିଲାଙ୍କ ଭବିଷ୍ୟତ ସହିତ ଖେଳୁଥିବା ଅଭିଭାବକ ମହଲରେ ଅଭିଯୋଗ ହୋଇଛି |