Sat. Nov 23rd, 2024

୩ ତାରିଖଠୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

By amfnews Oct 1, 2019 #Featured
127 Views

ଭୁବନେଶ୍ୱର  :  ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟର କିଛି ଜାଗାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାସହ ୩ ତାରିଖଠୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀଧର ମହାପାତ୍ର କହିଛନ୍ତି,“ ଆସନ୍ତା ୩ ତାରିଖରେ ଉତ୍ତର ଓଡ଼ିଶା଼ର ଅଧିକାଂଶ ଜାଗାରେ ବର୍ଷା ହେବ। ଏହାସହ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ଜାଗାରେ ମଧ୍ୟ ବର୍ଷା ହେବ। ତା’ସହିତ ୩ ତାରିଖଠୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ମଧ୍ୟ ଜାରି ରଖିଛୁ।  ଏହି ଜିଲ୍ଲା ଗୁଡ଼ିକ ହେଉଛି- ନବରଙ୍ଗପୁର, ନୂଆପଡ଼ା, ବରଗଡ଼ ଓ ସୁନ୍ଦରଗଡ଼।

ଏଥିସହ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବ। ଏହି ଜିଲ୍ଲା ଗୁଡ଼ିକ ହେଉଛି- ନବରଙ୍ଗପୁର, କଲାହାଣ୍ଡି, ବୌଦ୍ଧ, ସୋନପୁର, ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା।”

ସେ ଆହୁରି କହିଛନ୍ତି,“ ଗତ ୨୪ ଘଣ୍ଟା ମଧ୍ୟରେ ରାୟଗଡ଼ାର ମୁନିଗୁଡ଼ାରେ ୪୯.୮ ମିମି, ଧର୍ମଗଡ଼ରେ ୪୩ ମିମି, ଲାଞ୍ଜିଗଡ଼ରେ ୩୨ ମିମି, ବୌଦ୍ଧରେ ୧୯.୮, ଟିଟିଲାଗଡ଼ରେ ୧୮.୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।”

By amfnews

Related Post