Sat. Mar 7th, 2026

୨୯ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନବୀନ ପଟ୍ଟନାୟକ

312 Views

ଭୁବନେଶ୍ୱର : ଆଗାମୀ ୨୯ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟା ସମୟରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିବେ ବୋଲି ଜଣାଯାଇଛି। ରାଜଭବନ ପକ୍ଷରୁ ଶପଥ ଗ୍ରହଣ ନେଇ ଏ ସଂପର୍କରେ ବିଧିବଦ୍ଧ ପ୍ରେସ୍ ନୋଟ୍ ଜାରି କରାଯାଇଛି।

ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀଙ୍କ ସୂଚନା ଅନୁଯାୟୀ, ଏହି ଶପଥ ଗ୍ରହଣ ସମାରୋହ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ସେହିଦିନ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀ ପରିଷଦକୁ  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।

ଗତକାଲି ନବୀନ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଜଣାଇଥିଲେ। ତାଙ୍କ ଦାବି ଯଥାର୍ଥ ବୋଲି ଜାଣିବାପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଲାଗି ନବୀନଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆମନ୍ତ୍ରଣ କରିଥିଲେ। ନବୀନ ଓଡ଼ିଶାରେ ପଞ୍ଚମ ପାଳି କାର୍ଯ୍ୟ ଆରମ୍ଭ କରିବେ।ଏବେ ମନ୍ତ୍ରିମଣ୍ଡଳ ଗଠନକୁ ନେଇ ପ୍ରକ୍ରିୟା ଜାରି ରହିଛି।

By amfnews

Related Post