Sat. Mar 7th, 2026

୨୭ତମ ରୋଟାରୀ ଚମ୍ପିୟନ୍ସ ଫୁଟବଲ୍ ଅନୁଷ୍ଠିତ

182 Views

ରାଉରକେଲା, ନଭେମ୍ବର ୨୭ : ଆର୍ସିସି ଟାଙ୍ଗରପାଲ୍ଲୀ ଠାରେ ୨୭ତମ ରୋଟାରୀ ଚମ୍ପିୟନ୍ସ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ମୋଟ୍ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ । ଟାଙ୍ଗରପାଲୀ ଗ୍ରାମରେ ଗତ ୨୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଫୁଟ୍ବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ସେକ୍ଟର-୧୫ର ସାର୍ନା ସ୍ପୋର୍ଟିଂ କ୍ଲବ୍ ଓ ଆର୍ସିସି ଟାଙ୍ଗରପାଲୀ ବି ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚ୍ କଡା ସଂଘର୍ଷପୂର୍ଣ୍ଣ ହୋଇଥିଲା ।

ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ୍ ସ୍କୋର କରିପାରିନଥିଲେ । ଫଳରେ ପେନାଲ୍ଟି ସୁଟ୍ ଆଉଟ୍ ଜରିଆରେ ସାର୍ନା ସ୍ପୋର୍ଟିଂ କ୍ଲବ୍ ୩-୨ ଗୋଲ୍ରେ ବିଜୟୀ ହୋଇଥିଲା । ଏହି ଫୁଟ୍ବଲ୍ ପ୍ରତିଯୋଗିତା ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ମିଡ୍ ଟାଉନ ଦୀର୍ଘ ୨୭ ବର୍ଷ ଧରି କ୍ଲବ୍ ସଭ୍ୟ ଓ ଟାଙ୍ଗରପାଲୀ ଗ୍ରାମବାସୀଙ୍କୁ ନେଇ ଆୟୋଜନ କରିଆସୁଛି । ଏହି ଫୁଟ୍ବଲ ମ୍ୟାଚ୍କୁ ପ୍ରାୟ ୪ ହଜାରରୁ ଊଦ୍ଧ୍ୱର୍ ଗ୍ରାମବାସୀଙ୍କ ସମେତ ଅନ୍ୟ ଫୁଟ୍ବଲ ପ୍ରେମୀମାନେ ଉପଭୋଗ କରିଥିଲେ ।

ଉତ୍ସବରେ ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ମିଡ୍ ଟାଉନ ସଭାପତି ରୋଟାରିୟାନ ସତୀଶ ଅଗ୍ରୱାଲ ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ଓ ୧୫ ହଜାର ୧ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଆର୍ସିସି ଟାଙ୍ଗରପାଲୀ ଚେୟାରମ୍ୟାନ ରୋଟାରିୟାନ ରଜନୀକାନ୍ତ ଭଜିର, ଖେଲରାମ ମାରାଣ୍ଡି ଓ ରାଉରକେଲା କଣ୍ଟ୍ରାକ୍ଟର ଆସୋସିଏସନ ସଭାପତି ଜ୍ୟୋତି ରଞ୍ଜନ ମହାନ୍ତି ଯୋଗ ଦେଇ ପ୍ରତିଯୋଗିତାର ରନର୍ସଅପ୍ ଦଳକୁ ଟ୍ରଫି ଓ ୧୦ ହଜାର ୧ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ପ୍ରତିଯୋଗିତାରେ ୩ୟ ସ୍ଥାନ ହାସଲ କରିଥିବା ଆର୍ସିସି ଟାଙ୍ଗରପାଲୀ ଏ ଦଳକୁ ୭ ହଜାର ୧ ଟଙ୍କା ଓ ୪ର୍ଥ ସ୍ଥାନ ହାସଲ କରିଥିବା ଦଳକୁ ୪ ହଜାର ୧ ଟଙ୍କା ପୁରସ୍କାର ରାଶି ଆକାରରେ ପ୍ରଦାନ କରାଯାଇଥିଲା । ଜାତୀୟ ରେଫରୀ ଠାକୁର ମୁର୍ମୁ, ଶ୍ୟାମଚରଣ ମାରାଣ୍ଡି ଓ ଫଗୁ ଟୁଡୁ ଏହି ମ୍ୟାଚ୍ ପରିଚାଳନା କରିଥିଲେ ।

ଫାଇନାଲ ମ୍ୟାଚ୍ର ଦେବେନ୍ଦ୍ର ସୋରେନଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିବା ବେଳେ ଆର୍ସିସି ସଦସ୍ୟମାନେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବି. ନାଏକ, ବିଶ୍ୱନାଥ ସୋରେନ, ସୌମ୍ୟ ମାଝି, କାରୁ ମାଝି, ଉତ୍ସବର ମୁଖ୍ୟ ପିରୁ ଚରଣ ମୁର୍ମୁ, ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ମିଡ୍ ଟାଉନ ସମ୍ପାଦକ ଡ.ସୁବୋଧ କୁମାର ମେହେର, ମୁକେଶ ଭାଜିକା, ଅସୀମ ମହାନ୍ତି, ଡ.ପି.କେ, ବର୍ମା, ରାକେଶ ଗୋଏଲ, ସଞ୍ଜୟ ଅଗ୍ର ଓାବ୍ୱାଲ, ମହିଳା ନେତ୍ରୀ ନିତୁ ଅଗ୍ରୱାଲ, ଶୈଳେନ୍ଦ୍ରୀ ମେହେର, ମିତାଲି ମହାନ୍ତି, ପୁଜା ଅଗ୍ରୱାଲ, ଉମଙ୍ଗ ଗୋଏଲ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମ୍ୟାଚ୍ ଦେଖିଥିଲେ ।

By amfnews

Related Post