Sat. Mar 7th, 2026

୨୬ରେ ଆଂଶିକ ସୂର୍ଯ୍ୟୋପରାଗ; ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ

203 Views

ଭୁବନେଶ୍ବର:  ଡିସେମ୍ବର ୨୬ ତାରିଖରେ ହେବ ବର୍ଷର ଶେଷ ସୂର୍ଯ୍ୟୋପରାଗ । ଏହି ଦିନ ଏକ ବିରଳ ତଥା ସୁନ୍ଦର ବଳୟ ସୂର୍ଯ୍ୟୋପରାଗ ସଙ୍ଗଠିତ ହେବ। ଏହି ମହାଜାଗତିକ ଘଟଣାଟି ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେଉଥିବା ବେଳେ ସମଗ୍ର ଓଡ଼ିଶାରେ ଏହି ସୂର୍ଯ୍ୟୋପରାଗ ଆଂଶିକ ଦେଖାଯିବ । ଓଡ଼ିଶାବାସୀଙ୍କ ପାଇଁ ସକାଳ ୮ଟା ୨୦ମିନିଟରେ ସୂର୍ଯ୍ୟୋପରାଗ ଆରମ୍ଭ ହୋଇ ଦିନ ୧୧ଟା ୨୮ମିନିଟ ସମୟରେ ଶେଷ ହେବ ।୨୬ ତାରିଖ ପୌଷମାସ କୃଷ୍ଣପକ୍ଷ ତିଥିରେ ପଡୁଥିବାରୁ ଏହି ସୂର୍ଯ୍ୟପରାଗ ବୃତ୍ତାକାର ହେବ ଏବଂ ଏହା ପୂର୍ଣ୍ଣଗ୍ରାସ ନୁହେଁ, ବରଂ ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟୋପରାଗ ବୋଲି ସୂଚନା ଦିଆଯାଇଛି।

ପଠାଣି ସାମନ୍ତ ପ୍ଲାନ‌େଟୋରିୟମ୍ ପକ୍ଷରୁ ଜାରି ସୂଚନା ଅନୁସାରେ ଓଡ଼ିଶାରେ ସକାଳ ୯ଟା ୪୬ମିନିଟ ସମୟରେ ସର୍ବାଧିକ ପରାଗ ଦେଖାଯିବ । ସେତେବେଳେ ଚନ୍ଦ୍ର ସୂର୍ଯ୍ୟର ଆଲୋକ ମଳିନ ପଡିବା ସହ ଏହା ଅଧାଖଣ୍ଡିଆ ଦୃଶ୍ୟମାନ ହେବ । ଏହା ଏକ ଅତ୍ୟନ୍ତ ମନୋରମ ତଥା ବିରଳ ମହାଜାଗତିକ ଦୃଶ୍ୟ । ତେବେ ସୂର୍ଯ୍ୟୋପରାଗ ଦେଖିବା ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମ ଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବିରଳ ସୂର୍ଯ୍ୟପରାଗ ଦେଖିବା ପାଇଁ ପ୍ଲାନେଟୋରିୟମ ସହ ଅନେକ ବିଜ୍ଞାନ ପ୍ରେମୀ ଅନୁଷ୍ଠାନ ବିଭିନ୍ନ ବ୍ୟବସ୍ଥା କରିବା ସହ ସୌର ଚଷମା ଯୋଗାଇବାର ପ୍ରସ୍ତୁତି ମଧ୍ୟ କରାଯାଉଛି ।

ସେହିପରି ବିଜ୍ଞାନ ଚେତନା ମଞ୍ଚ ତରଫରୁ ବିଜେବି କଲେଜ ପଡିଆରେ ସୂର୍ଯ୍ୟପରାଗ ନିରାପଦରେ ଦେଖିବାର ବ୍ୟବସ୍ଥା କରାଯିବ । ତେଣୁ ଏହି ସୁଯୋଗକୁ ହାତଛଡା ନକରିବା ପାଇଁ ଛାତ୍ର-ଛାତ୍ରୀମାନଙ୍କୁ ଅନୁରୋଧ କରାଯାଉଛି ।

By amfnews

Related Post