Wed. Dec 25th, 2024

୨୬ତମ ରାଜ୍ୟସ୍ତରୀୟ ଉଷୁ ଚମ୍ପିୟନସିପରେ ସୁନ୍ଦରଗଡ ଜିଲା ଚମ୍ପିୟନ

rklsanchar@gmail.com' By J.N. Pradhan Aug 21, 2018 #Featured
221 Views

ରାଉରକେଲା, ୨୧ା୮ : ଚଳିତ ମାସ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ୨୬ତମ ରାଜ୍ୟସ୍ତରୀୟ ଉଷୁ ଚମ୍ପିୟନସିପ୍ ବେଲପାହାଡ ସ୍ଥିତ ଜୁବୁଲି ହଲ୍ ଠାରେ ଉଦ୍ୟାପିତ ହୋଇଯାଇଛି । ଏହି ଚମ୍ପିୟନସିପ୍ରେ ରାଜ୍ୟର ୨୭ଟି ଜିଲାରୁ ଆସିଥିବା ୩୫୦ ପ୍ରତିଯୋଗୀ ସବ୍ଜୁନିୟର, ଜୁନିୟର, ସିନିୟର (ବାଳକ ଓ ବାଳିକା) ଅଂଶଗ୍ରହଣ କରିଥିଲେ । ଏଥିରେ ସୁନ୍ଦରଗଡ ଜିଲା ଚମ୍ପିୟନ ହୋଇଛି । ସୁନ୍ଦରଗଡ ଜିଲା ଉଷୁ ସଙ୍ଗଠନ ତରଫରୁ ରାଉରକେଲାର ସେକ୍ଟର-୭ ସ୍ଥିତ ସୁରଭି ସ୍ପୋର୍ଟସ ସୋସାଇଟିରୁ ୪୦ ଜଣ, ଛେଣ୍ଡ ଗ୍ରାଉଣ୍ଡରୁ ୧୭ ଜଣ, ରାଉରକେଲା ଜିଆର୍ପି ଗ୍ରାଉଣ୍ଡରୁ ୧୦ ଜଣ, ରାଉରକେଲା ସରକାରୀ ମହାବିଦ୍ୟାଳୟରୁ ୨ ଜଣ, ସୁନ୍ଦରଗଡ ଯୋଗୀମାଲ ଶାଖାରୁ ୬ ଜଣ ମୋଟ ୭୫ ଜଣ ପ୍ରତିଯୋଗୀ ସବ୍ଜୁନିୟର, ଜୁନିୟର ଓ ସିନିୟର (ବାଳକ ଓ ବାଳିକା) ଉଭୟ ଶାଂସୁ ଓ ତାଉଲୁ ବେୟାର ହ୍ୟାଣ୍ଡ ଓ ୱିପନସ) ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ ।

ସୁନ୍ଦରଗଡର ପ୍ରତିଯୋଗୀମାନେ ୨୭ଟି ସ୍ୱର୍ଣ୍ଣ, ୨୧ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ପଦସ ସହ ମୋଟ ୫୭ଟି ପଦସ ଜିଣି ଚମ୍ପିୟନ ହୋଇଥିବା ବେଳେ ବଡବିଲ ଜିନ୍ଦଲର ପ୍ରତିଯୋଗୀମାନେ ୨୭ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୧୨ଟି ବ୍ରୋଞ୍ଜ ପଦକ ମୋଟ ୪୬ଟି ପଦସ ଜିଣି ପ୍ରଥମ ରନର୍ସଅପ୍ ଏବଂ ଖୋର୍ଦ୍ଧାର ପ୍ରତିଯୋଗୀମାନେ ୧୩ଟି ସ୍ୱର୍ଣ୍ଣ, ୧୪ଟି ରୌପ୍ୟ ଓ ୨୧ଟି ବ୍ରୋଞ୍ଜ ପଦକ ସହ ମୋଟ ୪୮ଟି ପଦସ ଜିଣି ଦ୍ୱିତୀୟ ରନର୍ସଅପ୍ ଟ୍ରଫି ହାସଲ କରିଛନ୍ତି ବୋଲି ସୁନ୍ଦରଗଡ ଜିଲା ଉଷୁ ସଙ୍ଗଠନର ସମ୍ପାଦକ ଶରତ କୁମାର ଦାସ ସୂଚନା ଦେଇଛନ୍ତି । ୧୯ ତାରିଖ ସନ୍ଧ୍ୟାରେ ଉଦ୍ୟାପନୀ ତଥା ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା । ଉଦ୍ୟାପନୀ ସମାରୋହରେ ବେଲପାହାଡ ପୌରାଧ୍ୟକ୍ଷ ପର୍ଶୁରାମ ସାହୁ ଓ ଉଷୁ ଆସୋସିଏସନ ସଭାପତି ସୁଧାଂଶୁ ଶେଖର ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ଉକ୍ତ ପ୍ରତିଯୋଗିତାରେ ରାଜ୍ୟ ଉଷୁ ଆସୋସିଏସନ ସଭାପତି ସୁଧାଂଶୁ ଶେଖର ହରିଚନ୍ଦନ, ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ଆୟୋଜକ ସମ୍ପାଦକ ନବୀନ ସିଂ ଓ ଝାରସୁଗୁଡା ଜିଲା ଉଷୁ ଆସୋସିଏସନ ସଭାପତି ତ୍ରିନାଥ ଗୁଆଲ ଉପସ୍ଥିତ ଥିଲେ । ସୁନ୍ଦରଗଡ ଦଳ ତରଫରୁ ଏହି ଦଳର ମୁଖ୍ୟ ପ୍ରଶିକ୍ଷକ ଶରତ କୁମାର ଦାସ ତାଉଲୁ ଜର୍ଜ ଭାବେ ଏବଂ ସୁଜନ କୁମାର ରଥ ଶାଂସୁ ଜର୍ଜ ଭାବେ ଅଂଶଗ୍ରହଣ କରିଥିବା ବେଳେ ଡୁଲମୁ ଖାଣ୍ଡାଲୁକେଲ, ଜିତେନ୍ଦ୍ର କୁମାର ଓ ରାକେଶ କୁମାର ବେହେରା ଟିମ୍ କୋଚ୍ ଭାବେ ଅଂଶଗ୍ରହଣ କରିଥିଲେ । ସୁନ୍ଦରଗଡ ଜିଲା ଉଷୁ ସଙ୍ଗଠନ ସଭାପତି ବିବେକ ଗୁପ୍ତା, ଉପସଭାପତି ନବନୀତ ସିଂ ଛାବ୍ରା, ଅମନପ୍ରୀତ ସିଂ, ଉଦୟନାଥ ମିଶ୍ର, ଦେବଦତ୍ତ ଜେନା ଏବଂ ସମ୍ପାଦକ ଶରତ କୁମାର ଦାସ, ସହସମ୍ପାଦକ ସନ୍ତୋଷ କୁମାର ଭୂୟାଁଙ୍କ ସମେତ ଜିଲା ଶାଖା ପ୍ରଶିକ୍ଷକ ରତିକାନ୍ତ ମହାପାତ୍ର, ଅଜୟ ଲାକ୍ରା, ନିକି କୁମାରୀ, ସମୀର ମିଞ୍ଜ, ଏମ୍ଡି ଆବିଦ କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।

Related Post