Sun. Mar 8th, 2026

୨୬ ନର୍ସ ଓ ୩ ଡାକ୍ତର କରୋନା ପଜିଟିଭ୍‌, କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ ହେଲା ମୁମ୍ବାଇର ୱକାର୍ଟ ହସ୍ପିଟାଲ

205 Views

ମୁମ୍ବାଇ: ମୁମ୍ବାଇର ୱକାର୍ଟ ହସ୍ପିଟାଲକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହି ହସ୍ପିଟାଲରେ ସପ୍ତାହକରେ ୨୬ ଜଣ ନର୍ସ ଏବଂ ୩ ଜଣ ଡାକ୍ତରଙ୍କ ଶରୀରରେ କରୋନା ପଜିଟିଭ୍‌ ରହିଥିବା ଜଣାପଡ଼ିଛି। ବର୍ତ୍ତମାନ କେହି ମଧ୍ୟ ଏହି ହସ୍ପିଟାଲ ବାହାରକୁ ଯାଇପାରବେନି ଏବଂ ଭିତରକୁ ମଧ୍ୟ କେହି ଆସିପାରିବେନାହିଁ। ଭିତରେ ଥିବା ପ୍ରତି ବ୍ୟକ୍ତିଙ୍କର ନମୁନା ନେଗେଟିଭ୍‌ ଆସିବା ଯାଏ ସ୍ଥାନୀୟ ଅତିରିକ୍ତ ମ୍ୟୁନିସିପାଲ କମିଶନର ସୁରେଶ କକାନୀ କହିଛନ୍ତି, ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ଗଠନ କରାଯାଇଛି, ଯାହାକି ହସ୍ପିଟାଲର ଏତେ ଜଣଙ୍କୁ କରୋନା ସଂକ୍ରମିତ ହେବା ବାବଦରେ ତଦନ୍ତ କରିବ। ସେ କହିଛନ୍ତି, ଦୁର୍ଭାଗ୍ୟଜନକ କଥା ହେଉଛି ମେଡିକାଲ ବ୍ୟବସ୍ଥାରେ ଏତେ ସଂଖ୍ୟାରେ ସଂକ୍ରମିତ ଠାବ ହେବା। ସେମାନେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା କଥା।

ବର୍ତ୍ତମାନ ୨୭୦ ଜଣ ଷ୍ଟାଫଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। କ୍ୱାର୍ଟରରେ ଥିବା ନର୍ସଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ହସ୍ପିଟାଲର କ୍ୟାଣ୍ଟିନ୍‌ ପୂର୍ବବତ୍‌ ଖାଦ୍ୟ ଯୋଗାଇବ। ଜଣେ ଅଫିସର ଏବଂ ୨ ଜଣ କନ୍‌ଷ୍ଟେବଲ୍‌ ଚଳ ପ୍ରଚଳ କଟକଣା ପାଇଁ ନିୟୋଜିତ ହୋଇଛନ୍ତି।

By amfnews

Related Post