Sat. Mar 7th, 2026

୨୫ ନମ୍ବର ୱାର୍ଡରୁ ବହୁ ସଂଖ୍ୟାରେ କର୍ମୀ ଆମ୍ ଆଦ୍ମୀ ପାର୍ଟିରେ ସାମିଲ ହେଲେ

209 Views

ରାଉରକେଲା, ୨୮ା୧୦: ରାଉରକେଲାର ସମସ୍ତ ବସ୍ତିବାସିନ୍ଦାଙ୍କୁ ପଟ୍ଟା-ପର୍ଚ୍ଚା ସହିତ ଜମି ପ୍ରଦାନ, ଶ୍ରମିକଙ୍କର ସର୍ବନିମ୍ନ ଦୈନିକ ମଜୁରି ଟଙ୍କା ୫୧୩/-, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ମାସିକ ୨୫ ହଜାର ଟଙ୍କା, ଦିଲ୍ଲୀ ଭଳି ଓଡ଼ିଶାରେ ବୁଜୁଳି ଦର ଅଧା, ରାଉରକେଲା ସରକାରୀ ଚିକିତ୍ସାଳୟରେ ସମସ୍ତ ପ୍ରକାର ଔଷଧ ଉପଲବ୍ଧ, ରାଉରକେଲା ସରକାରୀ ଚିକିତ୍ସାଳୟକୁ ପ୍ରାଇଭେଟ ଚିକିତ୍ସାଳୟମାନଙ୍କ ଠାରୁ ଉନ୍ନତମାନ ଓ ମାଗଣା କରିବା, ସରକାରୀ ବିଦ୍ୟାଳୟଗୁଡ଼ିକୁ ପ୍ରାଇଭେଟ ସ୍କୁଲମାନଙ୍କ ଠାରୁ ଉନ୍ନତମାନର କରିବା, ସମସ୍ତ ଯୁବକଙ୍କୁ ରୋଜଗାର ପ୍ରଦାନ ଦାବିରେ ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳ ଅନ୍ତର୍ଗତ ୨୫ ନମ୍ବର ୱାର୍ଡରେ ପୁଙ୍ଗୀ ହେମ୍ବ୍ରମଙ୍କ ନେତୃତ୍ୱରେ ଆମ୍ ଆଦମୀ ପାର୍ଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ରାଜ୍ୟ ସମ୍ପାଦକ ବିନୟ ତିୱାରୀ ତଥା ରାଉରକେଲା ବିଧାନସଭାର ଜୋନାଲ ସଂଯୋଜକ ମନୀଷ ରାଉତ ଉପସ୍ଥିତ ରହି ୨୫ ନମ୍ବର ୱାର୍ଡର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକରେ ଅନ୍ୟ ଦଳ ତ୍ୟାଗ କରି ଆସିଥିବା ଅହଲ୍ୟା ସିଂ ଓ ଲିଲମୋହନ ସାମନ୍ତଙ୍କ ନେତୃତ୍ୱରେ ନିର୍ମଲା ପାତ୍ର, ଅମିତ ତନ୍ତୀ, ବର୍ଦାନୀ ଲୋହାର, ବିନୋଦ ସାଣ୍ଡିଲ, ରଞ୍ଜିତ ପାଣ୍ଡେ, ଭାରତୀ ମାହାତୋ, ଦୁଗ୍ଗୀ ମୁଣ୍ଡା, ପିଙ୍କି ପାଶୱାନ, ଦୀପକ ଗୌଡ, ଝାନ୍ସୀ ପାତ୍ର ଓ ରୋହିତ ପରମାଣିକଙ୍କ ସହିତ ବହୁ ସଂଖ୍ୟାରେ ନୂତନ କର୍ମକର୍ତ୍ତାମାନେ ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ । ଶ୍ରୀ ତିୱାରୀ ସମସ୍ତ ବସ୍ତିବାସୀଙ୍କୁ ପଟ୍ଟା-ପର୍ଚ୍ଚା ପ୍ରଦାନ ପାଇଁ ପାର୍ଟି ତରଫରୁ ଚାଲୁ ରହିଥିବା ଜନସମ୍ପର୍କ ଅଭିଯାନ ସମ୍ପର୍କରେ ଅବଗତ କରାଇ ସମସ୍ତଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଜଣାଇଥିଲେ ଏବଂ ପାର୍ଟିରେ ନୂତନ ଭାବରେ ସାମିଲ ହୋଇଥିବା ସମସ୍ତ କର୍ମକର୍ତ୍ତାମାନଙ୍କୁ ସ୍ୱାଗତ କରିଥିଲେ ।

By amfnews

Related Post