Sun. Mar 8th, 2026

୨୪ ବର୍ଷ ତଳ କୁଖ୍ୟାତ ‘ଗେଷ୍ଟହାଉସ୍‌ କାଣ୍ଡ’ର ଅପମାନ ଓ ଲାଞ୍ଛନାକୁ ଭୁଲି ସମାଜବାଦୀ ପାର୍ଟି ସହ ହାତ ମିଳାଇଲେ ମାୟାବତୀ

318 Views

ଉତ୍ତରପ୍ରଦେଶ ରାଜନୀତିର ଏକ ବହୁଚର୍ଚ୍ଚିତ ପ୍ରକରଣ ‘ଲକ୍ଷ୍ନୌ ଗେଷ୍ଟହାଉସ୍‌ କାଣ୍ଡ’କୁ ମାୟାବତୀ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ପାଶୋରି ଯାଇଥିବା ପ୍ରକାଶ କରିଛନ୍ତି। ୧୯୯୫ ମସିହାରେ ବିଏସ୍‌ପି-ସମାଜବାଦୀ ମେଣ୍ଟ ଥିବା ସମୟରେ ମାୟାବତୀ ଲକ୍ଷ୍ନୌର ଏକ ଭିଆଇପି ଗେଷ୍ଟହାଉସରେ ବୈଠକ କରୁଥିବାବେଳେ ବହୁସଂଖ୍ୟକ ସମାଜବାଦୀ ପାର୍ଟି କର୍ମୀ ସେଠାକୁ ଧସେଇ ପଶି ଭଙ୍ଗାରୁଜା କରିଥିଲେ

କେବଳ ସେତିକି ନୁହେଁ,ମାୟାବତୀଙ୍କୁ ଆକ୍ରମଣ ଉଦ୍ୟମ କରିବା ସହ ତାଙ୍କୁ ଅତ୍ୟନ୍ତ ଅଶ୍ଳୀଳଭାବେ ଗାଳିଗୁଲଜ କରିଥିଲେ। ତାଙ୍କ ଜାତିକୁ ନେଇ ଆକ୍ଷେପ କରିବା ସହ ଯୌନ ଉତ୍ପୀଡ଼ନ ଉଦ୍ୟମ ମଧ୍ୟ କରିଥିଲେ। ଏହି ଘଟଣା ୧୯୯୫ ଜୁନ୍‌ ୨ ତାରିଖରେ ଘଟିଥିଲା। ଏହାପରେ ଏସ୍‌ବି-ବିଏସ୍‌ପି ସଂପର୍କ ତିକ୍ତତାର ଶେଷ ପର୍ଯ୍ୟାୟରେ ପହଞ୍ଚଥିଲା। ବିଜେପି ବିଧାୟକ ବି.ଡ଼ି ଦିବେଦୀଙ୍କ ସହାୟତାରେ ମାୟାବତୀ ବଡ଼ କଷ୍ଟରେ ଅକ୍ରମଣକାରୀଙ୍କ କବଳରୁ ଖସି ଆସିଥିଲେ।

ଆଜି ଲକ୍ଷ୍ନୌରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମାୟାବତୀ କହିଛନ୍ତି ଲକ୍ଷ୍ନୌ ଗେଷ୍ଟହାଉସ କାଣ୍ଡକୁ ପଛରେ ରଖି ଦେଶର ହିତ ଲାଗି ସମାଜବାଦୀଙ୍କ ସହ ଏକାଠି ହେବାକୁ ମୁଁ ନିଷ୍ପତ୍ତି ନେଇଛି।

By amfnews

Related Post