Sat. Nov 23rd, 2024

୨୧ରୁ ଆରମ୍ଭ ହୋଇପାରେ ଅମରନାଥ ଯାତ୍ରା, ଉପରାଜ୍ୟପାଳ ଗିରିଶ ମୁର୍ମୁ କଲେ ପୂଜାର୍ଚ୍ଚନା

By amfnews Jul 5, 2020 #Featured
108 Views

ଶ୍ରୀନଗର, ଜୁଲାଇ ୦୫ : କୋଭିଡ-୧୯ କଟକଣା ମଧ୍ୟରେ ବରଫ ଲିଙ୍ଗ ଭକ୍ତଙ୍କୁ ଦେଖିବାକୁ ସୁଯୋଗ ମିଳିବ । ପ୍ରସିଦ୍ଧ ଅମରନାଥ ଯାତ୍ରା ଆସନ୍ତା ଜୁଲାଇ ୨୧ରୁ ଆରମ୍ଭ ହୋଇପାରେ । ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ଗିରିଶ ମୁର୍ମୁ ବାବା ଅମରନାଥଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବାବା ଅମରନାଥଙ୍କ ଚଳିତ ବର୍ଷର ପ୍ରଥମ ଫଟୋ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏଥି ସହିତ ଆଜି ଠାରୁ ଅମରନାଥ ଗୁମ୍ଫାରେ ଦିବ୍ୟ ଆରତୀ ଆରମ୍ଭ ହୋଇଯାଇଛି । ଏହାକୁ ଦୂରଦର୍ଶନରେ ପ୍ରସାରଣ କରାଯାଇଛି ।

ଅମରନାଥ ଯାତ୍ରାକୁ ନେଇ ପ୍ରଶାସନ ପ୍ରସ୍ତୁତି ତୀବ୍ର କରିଦେଇଛି । ଜମ୍ମୁ କଶ୍ମୀର ପ୍ରଶାସନ ଅନୁସାରେ:

-ଦିନକରେ ଗୁମ୍ଫା ଭିତରକୁ ୫୦୦ ଶ୍ରଦ୍ଧାଳୁଙ୍କୁ ଯିବା ପାଇଁ ଅନୁମତି ମିଳିବ । 

-ବାହାରୁ ଆସିଥିବା ଶ୍ରଦ୍ଧାଳୁଙ୍କର କରୋନା ନମୁନା ପରୀକ୍ଷା ହେବ । 

-ଯେତେଦିନ ଯାଏଁ ରିପୋର୍ଟ ନେଗେଟିଭ ଆସି ନଥିବା, ସଂଗରୋଧରେ ରହିବାକୁ ପଡ଼ିବ । 

-୫୫ ବର୍ଷରୁ କମ ବୟସ୍କ ଭକ୍ତଙ୍କୁ ଅନୁମତି ଦିଆଯିବାକୁ ନେଇ ପ୍ରସ୍ତୁତି ଚାଲିଛି । 

-ହେଲିକପ୍ଟର ବୁକିଂକୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । 

-ଅନଲାଇନ ପଂଜୀକରଣ ବ୍ୟବସ୍ଥା ହୋଇପାରେ । 

ଜମ୍ମୁ କଶ୍ମୀରର ମୁଖ୍ୟ ଶାସନ ସଚିବ ବିଭିଆର ସୁବ୍ରମଣ୍ୟମ ଯାତ୍ରା କିଭଳି ହୋଇପାରିବ, ସେନେଇ କାମ କରୁଛନ୍ତି । ସେ ବିକଳ୍ପିକ ସଡ଼କ ମାର୍ଗରେ ନୀଳଗ୍ରଥରୁ ବାଲଟାଲରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଶାସନ ଯାତ୍ରାର ମାର୍ଗରେ ମୁତୟନ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କୁ ପିପିଇ କିଟ ଏବଂ ଅନ୍ୟ ସୁରକ୍ଷା ଉପକରଣ ଉପଲବ୍ଧ କରାଇଛନ୍ତି । ଏହି ଯାତ୍ରା ଜୁନ ୨୩ରେ ହେବାର ଥିଲା । କିନ୍ତୁ ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଏଥିରେ ବିଳମ୍ବ ଦେଖାଯାଇଛି ।

By amfnews

Related Post