Sun. Jan 12th, 2025

୨୦୨୨ ଭିତରେ ଭାରତୀୟ ନୌସେନାକୁ ମିଳିପାରେ ଅତ୍ୟାଧୁନିକ ତଲୱାର

By amfnews Jul 11, 2019 #Featured
104 Views

ନୂଆଦିଲ୍ଲୀ, ଜୁଲାଇ ୧୧ : ଭାରତୀୟ ନୌସେନାକୁ ମିଳିବାକୁ ଯାଉଛି ଆଉ ଏକ ଶକ୍ତିଶାଳୀ ତୋପ । ୨୦୨୨ ସୁଦ୍ଧା ଦୁଇଟି  ଅତ୍ୟାଧୁନିକ ତଲୱାର କ୍ଲାସର ଯୁଦ୍ଧପୋତ ମିଳିପାରେ । ପେମେଣ୍ଟ କ୍ଲିୟରାନ୍ସ ହେବା ପରେ ଋଷର ୟାଣ୍ଟାର ଶିପୟାର୍ଡ ନିର୍ମାଣ କରିଦେବ । ନୂତନ ଯୁଦ୍ଧପୋତ ପାଇଁ ଗତବର୍ଷ ଅକ୍ଟୋବର ମାସରେ କଣ୍ଟ୍ରାକ୍ଟ ସାଇନ କରାଯାଇଥିଲା । ଏହାର ଡିଜାଇନ୍ ଉପରେ କାମ ଆରମ୍ଭ ହୋଇସାରିଛି ।

ଏହି ଅତ୍ୟାଧୁନିକ ଯୁଦ୍ଧପୋତରେ ଦେଶରେ ନିର୍ମାଣ ହୋଇଥିବା ସ୍ଥାନରେ ନଜର ରଖୁଥିବା ରାଡାର ଏବଂ ବ୍ରହ୍ମୋସ ଆଣ୍ଟି ସିପ୍ଟିଂ ଓ ଲ୍ୟାଣ୍ଡ ଆଟାକ୍ ମିଶାଇଲ୍ ଲାଗିଥିବ । ୟାଣ୍ଟାର ଶିପୟାର୍ଡର ସାଧାରଣ ନିର୍ଦ୍ଦେଶକ ଏଫିମୋବ ଏଡୱର୍ଡଙ୍କ ସୂଚନା ଅନୁଯାୟୀ, ୟାଣ୍ଟାର ଶିପୟାର୍ଡ ଯୋଜନା ଅନୁଯାୟୀ ୨୦୨୨ ମଧ୍ୟରେ ଭାରତୀୟ ନୌସେନାକୁ ଦୁଇଟି ଯୁଦ୍ଧପୋତ ହସ୍ତାନ୍ତର କରିବ । ଗୋଆରେ ନିର୍ମାଣ ହେଉଥିବା ଯୁଦ୍ଧପୋତରେ ମଧ୍ୟ ଆମେ ସାହାଯ୍ୟ କରିବୁ । ଆମେ ଏଥିପାଇଁ ସମ୍ପୂର୍ଣ୍ଣ ଟେକନିକାଲ ସହଯୋଗ ଯୋଗାଇଦେବୁ ।

ତାଙ୍କ କହିବା ଅନୁଯାୟୀ ଏହି ମାସରେ ଆଡଭାନ୍ସ ପେମେଣ୍ଟ ଆସିବାର ସମ୍ଭାବନା ରହିଛି । ଏହା ସହିତ ବର୍ଷ ଶେଷ ବେଳକୁ ସିପ୍‌ରେ ଲଗାଯାଉଥିବା ଗ୍ୟାସ୍ ଟରବାଇନ୍ ମଧ୍ୟ ଭାରତକୁ ମିଳିପାରେ । ଗତ ବର୍ଷ ଅକ୍ଟୋବରରେ ଦୁଇଟି  ଯୁଦ୍ଧପୋତ ପାଇଁ ୯୫ କୋଟି ଡଲାର ଡିଲ୍ ହୋଇଥିଲା । ଏହା ପରେ ଗୋଆରେ ନିର୍ମାଣ ହେଉଥିବା ଯୁଦ୍ଧପୋତ ପାଇଁ ୧.୨ ଅରବ ଡଲାରର କଣ୍ଟ୍ରାକ୍ଟ କରାଯାଇଥିଲା । ଋଷରେ ନିର୍ମାଣ ହେଉଥିବା ଯୁଦ୍ଧପୋତର ମୂଲ୍ୟ କମ ରହିବାର କାରଣ ହେଉଛି ଏହା ପୂର୍ବରୁ ୟାଣ୍ଟାର ଶିପୟାର୍ଡ ଏକ ରଦ୍ଦ ହୋଇଯାଇଥିବା ଅର୍ଡର ପାଇଁ ଜାହାଜର ଦୁଇଟି ଢାଞ୍ଚା ପ୍ରସ୍ତୁତ କରିଥିଲେ ଏବଂ  ଏହାକୁ ଏବେ ଟ୍ରାନ୍ସଫର କରାଯାଉଛି ।

By amfnews

Related Post