Sat. Mar 7th, 2026

୨୦୨୧ ପ୍ରାରମ୍ଭରେ ଭାରତକୁ ଏକାଧିକ ଉତ୍ସରୁ ମିଳିପାରେ କୋଭିଡ୍‌-୧୯ ଟିକା: ସରକାର

220 Views

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ଏକ ବିରାଟ ଖୁସି ଖବର। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଙ୍ଗଳବାର କରୋନା ଭାଇରସ୍‌ ଟୀକାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି କି ୨୦୨୧ ଆରମ୍ଭରେ ଭାରତକୁ ମିଳିପାରେ ମହାମାରୀ କରୋନା ବିରୋଧୀ ଟିକା। କେନ୍ଦ୍ର ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି,‘ଦେଶରେ  ଟିକା ବିତରଣ କରିବାକୁ ନେଇ ବିଶେଷଜ୍ଞମାନେ ବର୍ତ୍ତମାନ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି।ଆମେ ଆଶା କରୁଛୁ ଯେ ଆସନ୍ତା ବର୍ଷ ଆରମ୍ଭରେ ଦେଶକୁ ଏକରୁ ଅଧିକ ଉତ୍ସରୁ ଟିକା ମିଳିପାରେ। ଦେଶରେ ଟୀକା ବଣ୍ଟନକୁ କିପରି ଭାବେ ତୁଲାଯାଇ ପାରିବ ସେନେଇ ଯୋଜନା କରିବାକୁ ଆମର ବିଶେଷଜ୍ଞ ଗୋଷ୍ଠୀ ରଣନୀତି ପ୍ରସ୍ତୁତ କରୁଛନ୍ତି।’ ମନ୍ତ୍ରୀମାନଙ୍କର ଏକ ବୈଠକରେ ହର୍ଷବର୍ଦ୍ଧନ ଏହି ମତ ରଖିଛନ୍ତି।

୨୦୨୦ ଡିସେମ୍ବର କିମ୍ବା ୨୦୨୧ ପ୍ରାରମ୍ଭରେ କରୋନା ଭାଇରସ୍ ଟିକା ପଞ୍ଜିକରଣ ପାଇଁ ପ୍ରସ୍ତୁତ ହେବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଘୋଷଣା କରିବା ପରେ ଡକ୍ଟର ହର୍ଷବର୍ଦ୍ଧନ ଏପରି ଘୋଷଣା କରିଛନ୍ତି।

ହୁ’ର ମୁଖ୍ୟ ବୈଜ୍ଞାନିକ ଗଣମାଧ୍ୟମରେ ସୂଚନା ଦେଇ କହିଥିଲେ ଯେ କରୋନା ଭାଇରସ୍‌ ପାଇଁ ଟିକା ବାହାର କରିବାକୁ ପ୍ରାୟ ୪୦ ପ୍ରାର୍ଥୀ କ୍ଲିନିକାଲ୍‌ ପରୀକ୍ଷଣର ବିଭିନ୍ନ ପର୍ଯ୍ୟାୟରେ ଅଛନ୍ତି। ସେଥିମଧ୍ୟରୁ ୧୦ଟି ପ୍ରାର୍ଥୀ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ରହିଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ କରୋନା ଟିକା ବାହାର କରିବା ଦୌଡ଼ରେ ଅନେକ ଦେଶ ରହିଥିବା ବେଳେ ଏଯାବତ୍‌ କେହି ବି ହେଲେ ହୁ’ ଅନୁମ‌ୋଦିତ ତୃତୀୟ ପର୍ଯ୍ୟାୟ ପାର୍‌ କରିପାରିନାହାନ୍ତି।

By amfnews

Related Post