284 Views
ଭୁବନେଶ୍ବର, ଜାନୁଆରୀ ୦୨ : ୨୦୨୦ ବର୍ଷ ପାଇଁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଏସିଆ ପୋଷ୍ଟ ଓ ଫେମ ଇଣ୍ଡିଆ ପକ୍ଷରୁ ବେଷ୍ଟ ପାର୍ଲାମେଣ୍ଟାରିଆନ ସମ୍ମାନ ପାଇଁ ଚୟନ କରାଯାଇଛି । ସର୍ବଭାରତୀୟସ୍ତରରେ ସର୍ଭେ ପରେ ଅପରାଜିତାଙ୍କ ନାଁ ମନୋନୟନ ହୋଇଥିଲା ।
ବେଷ୍ଟ ପାର୍ଲାମେଣ୍ଟାରିଆନ ଭାବେ ମନୋନୀତ ହେବା ପରେ ଟ୍ୱିଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ସେ କହିଛନ୍ତି, ଲୋକଙ୍କ ପାଇଁ ଗତବର୍ଷ ସେ କରିଥିବା କାମର ଏହା ପୁରସ୍କାର, ଯାହାକି ତାଙ୍କୁ ଅନେକ କିଛି ଶିଖାଇବ । ଏଥିପାଇଁ ସେ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ।