Sun. Apr 20th, 2025

୨୦୧୯ରେ ବିବାହ କରିବାକୁ ଯାଉଛନ୍ତି ବାହୁବଲୀ ପ୍ରଭାସ,ଏହି ଫିଲ୍ମ ରିଲିଜ୍‌ ହେବା ପରେ କରିବେ ବିବାହ

By amfnews Oct 28, 2018 #Featured
267 Views

ନୂଆଦିଲ୍ଲୀ , ୨୮/୧୦: ପ୍ରତିବର୍ଷ ବା ପ୍ରତିମାସରେ ଦକ୍ଷୀଣ ଭାରତୀୟ ଫିଲ୍ମର ସୁପରଷ୍ଟାର ବାହୁବଲୀ ପ୍ରଭାସଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ । କେଉଁ ମାସର କେଉଁ ତାରିଖରେ ବା କେଉଁ ଅଭିନେତ୍ରୀଙ୍କୁ ସେ ବିବାହ କରିବେ ଏ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇ ସାରିଛି । କିନ୍ତୁ ଏବେ ମିଳୁଥିବା ସୂଚନା ଅନୁଯାୟୀ, ଆସନ୍ତା ବର୍ଷ ୨୦୧୯ରେ ପ୍ରଭାସ ବିବାହ କରିବାକୁ ମନ ବନାଇ ସାରିଥିବା ଜଣାପଡ଼ିଛି ।ସୂଚନା ମୁତାବକ, ବାହୁବଲୀର ସୁଟିଂ ପରେ ପରେ ପ୍ରଭାସ ବିବାହ କରିବା ପାଇଁ ରାଜି ହେବା ସହ ଘରେ ମଧ୍ୟ ଜଣାଇଥିଲେ ।

କିନ୍ତୁ ସେ ସମୟରେ ତାଙ୍କ ଫିଲ୍ମ ସାହୋ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏଥି ପାଇଁ ସେ ନିଜ ବିବାହ ଯୋଜନାକୁ ଅଟକାଇ ଦେଇଥିଲେ । କିନ୍ତୁ ଏବେ ଫିଲ୍ମ ସାହୋର ରିଲିଜ୍‌ ପରେ ପ୍ରଭାସ ବିବାହ କରିନେବେ ବୋଲି ଜଣା ପଡ଼ିଛି । ପୂର୍ବରୁ ତାଙ୍କ ମା’ ବିବାହ ପାଇଁ ବାଧ୍ୟ କରି ଚାଲିଥିଲେ ମଧ୍ୟ ଫିଲ୍ମ ପାଇଁ ହଁ କରି ପାରୁ ନଥିଲେ । କିନ୍ତୁ ସୁଟିଂ ପରେ ପରେ ହିଁ ସେ ବିବାହର ପ୍ରସ୍ତୁତି ଆରମ୍ଭ କରିଦେବେ ବୋଲି ଜଣାପଡ଼ିଛି ।

By amfnews

Related Post