Sat. Mar 7th, 2026

୨୦୧୯ରେ ତୃତୀୟ ଥର ପାଇଁ ୨୫ ବିପିଏସ୍‌ ରେପୋ ରେଟ୍‌ କାଟିଲା ରିଜର୍ଭ ବ୍ୟାଙ୍କ୍‌: ଶସ୍ତା ହୋଇ ପାରେ ଋଣ

246 Views

ନୂଆଦିଲ୍ଲୀ: ଗୁରୁବାର ଦିନ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱାଧୀନ ଛଅଜଣିଆ ସଦସ୍ୟବିଶିଷ୍ଟ ‘ମନିଟାରି ପଲିସ କମିଟି’ (ଏମ୍‌ପିସି) ତା’ର ୨୦୧୯-୨୦ର ଦ୍ୱିମାସିକ ଆର୍ଥିକ ନୀତିରେ ରପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ୍‌ ହ୍ରାସ କରିଛି।

୬% ଥିବା ରେପୋ ରେଟ୍‌ କମି ଯାଇ ୫. ୭୫% ହେବା ଦ୍ୱାରା ଆର୍ଥିକ ଅଭିବୃଦ୍ଧିରେ ଦେଖା ଦେଇଥିବା ମନ୍ଥରତା ଉନ୍ନତି ଏବଂ ଗ୍ରାହକମାନଙ୍କର ବ୍ୟୟ ବୃଦ୍ଧି ହେବ ବୋଲି କମିଟି ଆଶା କରିଛି। ଏହି ପଦକ୍ଷେପ ଦ୍ୱାରା ବ୍ୟାଙ୍କ୍‌ ସବୁ କମ୍‌ ସୁଧରେ ଋଣ ଦେବା ଦ୍ୱାରା ଗୃହ ଋଣ, କାର୍‌ ଋଣ ଏବଂ କର୍ପୋରେଟ୍‌ ଉଧାରକାରୀମାନଙ୍କ ଲାଗି ଇଏମ୍‌ଆଇ କମ୍‌ ପଡ଼ିବ। ରିଜର୍ଭ ବ୍ୟାଙ୍କ୍‌ ଏମ୍‌ପିସିର ତିନି ଦିନିଆ ବୈଠକ ସୋମବାର ଦିନ ଆରମ୍ଭ ହୋଇଥିଲା। କମିଟିର ୬ ଜଣଯାକ ସଦସ୍ୟ ରେପୋ ରେଟ୍‌ ହ୍ରାସ ସପକ୍ଷରେ ମତ ଦେଇଥିଲେ। ରେପୋ ରେଟ୍‌ ଆଧାରରେ ଶୀର୍ଷ ବ୍ୟାଙ୍କ୍‌ ବାଣିଜ୍ୟିକ ବ୍ୟାଙ୍କ୍‌ମାନଙ୍କୁ ସ୍ୱଳ୍ପ-ମିଆଦି ଋଣ ଦେଇଥାଏ।

By amfnews

Related Post