Sat. Mar 7th, 2026

୨୦୧୯ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ଏହି ରାଷ୍ଟ୍ରନେତା!

288 Views

ନୂଆଦିଲ୍ଲୀ, ଡିସେମ୍ବର ୨: ଆଗାମୀ ଗଣତନ୍ତ୍ର ଦିବସରେ ଅର୍ଥାତ ୨୬ ଜାନୁଆରୀ ୨୦୧୯ରେ ମୁଖ୍ୟ ଅତିଥି ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ଅମଙ୍ଗ ହେବାପରେ ଦକ୍ଷିଣ ଆଫ୍ରିକା ସିରିଲ୍ ରାମ୍ଫୋସାଙ୍କ ନାମ ଏଥିପାଇଁ ଏବେ ଚର୍ଚ୍ଚାକୁ ଆସିଛି।

ଆର୍ଜେଣ୍ଟିନାରେ ଆୟୋଜିତ ହୋଇଥିବା ଜି-୨୦ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ତାଙ୍କୁ ନିମନ୍ତ୍ରଣ କରିଛନ୍ତି।ଟ୍ରମ୍ପ ପ୍ରଶାସନିକ ବ୍ୟସ୍ତତା ଦେଖାଇ ଆସିବେ ନାହିଁ କହିଥିଲେ। ଏହାପରେ ଭାରତରେ ବିଭିନ୍ନ ମହଲରୁ ସମାଲୋଚନାର ସୁଅ ଛୁଟିଥିଲା।

ଚଳିତ ବର୍ଷ ପ୍ରଥମଥର ପାଇଁ ୧୦ଟି ଦକ୍ଷିଣ-ଏସୀୟ ଦେଶର ମୁଖ୍ୟ ମଧ୍ୟ ଅତିଥି ଯୋଗ ଦେବାର ଅଛି। ଏହି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଥାଇଲ୍ୟାଣ୍ଡ, ଭିଏତ୍ନାମ୍, ଇଣ୍ଡୋନେସିଆ, ମ୍ୟାଲେସିଆ, ଫିଲିପାଇନ୍ସ, ସିଙ୍ଗାପୁର, ମ୍ୟାଁମାର, କାମ୍ବୋଡିଆ, ଲାଓସ୍ ଏବଂ ବ୍ରୁନେଇ। ୧୯୫୦ ମସିହା ପ୍ରଥମ ଗଣତନ୍ତ୍ର ଦିବସରେ ଇଣ୍ଡୋନେସିଆର ରାଷ୍ଟ୍ରପତି ମୁଖ୍ୟ ଅତିଥି ହୋଇଥିଲେ ଏବଂ ଏହା ପରଠାରୁ ଏହି ପରମ୍ପରା ବଳବତ୍ତର ରହିଛି।

By amfnews

Related Post