Tue. Nov 5th, 2024

୨୦୦୮ ମାଲଗାଁଓ ବିସ୍ଫୋରଣ ମାମଲାରେ କର୍ଣ୍ଣେଲ ପୁରୋହିତଙ୍କ ସହିତ ୬ ଜଣଙ୍କ ଉପରେ ଅଭିଯୋଗ ସ୍ଥିର

By amfnews Oct 30, 2018 #Featured
118 Views

ନୂଆଦିଳ୍ଲୀ, ଅକ୍ଟୋବର ୩୦ : ୨୦୦୮ରେ ମାଲଗାଁଓରେ ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ଲେପ୍ଟନାଂଟ କର୍ଣ୍ଣେଲ ପୁରୋହିତଙ୍କ ପିଟିସନକୁ ରାଷ୍ଟ୍ରୀୟ ଯାଂଚ ଏଜେନ୍ସୀ (ଏନଆଇଏ) ଖାରଜ କରି ଅଭିଯୋଗ ସ୍ଥିର କରିଦେଇଛି । ଲେପ୍ଟନାଂଟ କର୍ଣ୍ଣେଲ ପୁରୋହିତଙ୍କ ସହିତ ଆଉ ୬ ଦୋଷୀଙ୍କ ଉପରେ ଅଭିଯୋଗ ସ୍ଥିର କରାଯାଇଛି । ଏହି ବିସ୍ଫୋରଣ ମାମଲାରେ ୭ ଅଭିଯୁକ୍ତଙ୍କ ଉପରେ ଆତଙ୍କବାଦ ଯୋଜନା କରୁଥିବାର ଅଭିଯୋଗ କରାଯାଇଛି । ଏନଆଇଏ କୋର୍ଟ ଅଭିଯୁକ୍ତମାନଙ୍କ ଉପରେ ହତ୍ୟା ଓ ଅନ୍ୟାନ୍ୟ ଅପରାଧର ଅଭିଯୋଗ ମଧ୍ୟ ରୁଜୁ କରାଯାଉଛି । ସମସ୍ତ ଅଭିଯୁକ୍ତଙ୍କ ଉପରେ ଆଇପିସି ଧାରା ଅନୁଯାୟୀ  ଏହା ଉପରେ ମୋକଦ୍ଧମା କରାଯିବ । ଏହି ମାମଲାରେ ପରବର୍ତୀ ଶୁଣାଣୀ ନଭେମ୍ବର ୨ରେ ହେବ ।

ସୂଚନାଯୋଗ୍ୟ କି, ସୋମବାର ବମ୍ବେ ହାଇକୋର୍ଟ ବିସ୍ଫୋଟକ ମାମଲରେ ଅଭିଯୁକ୍ତ ଲେପ୍ଟନାଂଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତ ଓ ଅନ୍ୟ ବ୍ୟକ୍ତିଙ୍କ ବିରୁଦ୍ଧରେ ତଳ ଅଦାଲତ ଦ୍ୱାରା ଅଭିଯୋଗ ସ୍ଥିର କରିବା ଉପରେ ରୋକ ଲଗାଇବାକୁ ମନ କରିଦେଇଛନ୍ତି । ୨୦୦୮ ଡିସେମ୍ବର ୨୯ରେ ହୋଇଥିବା ଏହି ବିସ୍ଫୋରଣରେ ୬ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହାତ ହୋଇଛନ୍ତି ।

By amfnews

Related Post