Wed. Dec 25th, 2024

୨ୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍କୁ ମେଡିକାଲ କଲେଜ ଆନ୍ଦୋଳନକୁ ଜୋରଦାର କରିବାକୁ ସିଆଇଟିୟୁର ନିଷ୍ପତ୍ତି : ଦିଲ୍ଲୀରେ ମୁକ୍ତିକାନ୍ତ ଓ ରାଉରକେଲାରେ ଗୋପାଳଙ୍କ ଅନଶନକୁ ସିଆଇଟିୟୁର ସମର୍ଥନ

rklsanchar@gmail.com' By J.N. Pradhan Jul 4, 2018 #Featured
443 Views

ରାଉରକେଲା, ୪/୭: ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଓ ଆଇଜିଏଚ୍କୁ ସୁପର ସ୍ପେସାଲିଟି ହସ୍ପିଟାଲ ଏବଂ ମେଡିକାଲ କଲେଜ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଶ୍ରୁତିକୁ ମନେ ପକାଇ ଦେବା ପାଇଁ ରାଉରକେଲା ଯୁବକ ମୁକ୍ତିକାନ୍ତଙ୍କ ଦୀର୍ଘ ୧୫୦୦ କିଲୋମିଟରରୁ ଊଦ୍ଧ୍ୱର୍ ପଥ ପଦଯାତ୍ରା କରି ଦିଲ୍ଲୀରେ ପହଞ୍ôଚ ୩ ଦିନ ଧରି ଅନଶନ ଚଳାଇଥିବା ମୁକ୍ତିକାନ୍ତଙ୍କୁ ସିଆଇଟିୟୁ ପକ୍ଷରୁ ସମର୍ଥନ କରାଯାଇଥିବା ବେଳେ ସମାନ୍ତରାଳ ଭାବେ ରାଉରକେଲା ଠାରେ ସେକ୍ଟର-୨ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ଯୁବନେତା ଗୋପାଳ ଜେନାଙ୍କ ଅନଶନକୁ ସଙ୍ଗଠନ ପକ୍ଷରୁ ସମର୍ଥନ କରାଯାଇଛି ।

ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ସହରରେ ପହଞ୍ôଚବା ପରେ ଗୋପାଳ ଅନଶନ କରୁଥିବା ସ୍ଥଳରେ ପହଞ୍ôଚ ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ସାଧୁବାଦ ଦେବା ସହ ସମଗ୍ର ସିଆଇଟିୟୁ ସଙ୍ଗଠନ ଉଭୟ ଯୁବ ନେତାଙ୍କ ନିକଟରେ ଛିଡା ହୋଇଛି ବୋଲି କହିଥିଲେ । ଶ୍ରୀ ମହାନ୍ତି କହିଲେ ଯେ, ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ସରକାରର ଅସଲ ଚିତ୍ର ଲୋକମାନଙ୍କ ନିକଟରେ ଆହୁରି ସ୍ପଷ୍ଟ ହୋଇଛି । ସବ୍କା ସାଥ୍-ସବ୍କା ବିକାଶ କଥା କହୁଥିବା ନରେନ୍ଦ୍ର ମୋଦି ମନ୍ କି ବାତ୍ କରୁଥିବା ପ୍ରଧାନମନ୍ତ୍ରୀ କିପରି ଭାବରେ ଜଣେ ଦେଶର ଯୁବକଙ୍କ କଥା ବୁଝିବାକୁ ସମୟ ନାହିଁ ବୋଲି ପ୍ରଶ୍ନ କରିଥିଲେ ।

ଏହା କେବଳ ଜଣକର ବ୍ୟକ୍ତିଗତ ସମସ୍ୟା ନୁହେଁ ସମଗ୍ର ସୁନ୍ଦରଗଡ ଜିଲା ତଥା ରାଉରକେଲାର ଲକ୍ଷ ଲକ୍ଷ ଜନସାଧାରଣଙ୍କ ଭାବାବେଗ ସହ ପରିହାର ବୋଲି ଶ୍ରୀ ମହାନ୍ତି କହିବା ସହ ସିଆଇଟିୟୁ ଏହି ପ୍ରସଙ୍ଗରେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ସଙ୍ଗଠିତ କରିବା ସହ ସରକାରଙ୍କ ଅସଲ ମୁଖାକୁ ଲୋକଙ୍କ ପାଖରେ ପହଞ୍ଚାଇବ । ଗୋପାଳଙ୍କ ଅନଶନ ସ୍ଥଳରେ ଶ୍ରୀ ମହାନ୍ତିଙ୍କ ସମେତ ଜିଲା ସାଧାରଣ ସମ୍ପାଦକ ବିମାନ ମାଇତି, ଶ୍ରୀମନ୍ତ ବେହେରା, ବସନ୍ତ ନାୟକ, ବି.ପି. ମହାପାତ୍ର, ଅଜୟ ଶର୍ମା, ରାଜକିଶୋର ପ୍ରଧାନ, ପ୍ରଭାତ ମହାନ୍ତି, ଲକ୍ଷ୍ମୀଧର ନାୟକ, ବିଶ୍ୱଜିତ ମାଝି, ଅରୁ ଦାସ, କିଶୋର ତନ୍ତୀ, ବିନୟ ବେଉରିଆ, ହିତେଶ ମଲିକଙ୍କ ସମେତ ଅନ୍ୟମାନେ ସାମିଲ୍ ଥିଲେ ।

ଅପରାହ୍ନରେ ପୁଲିସ୍ ଅଗଣତାନ୍ତ୍ରିକ ଭାବେ ଅନଶନ ସ୍ଥଳରେ ପହଞ୍ôଚ ଯୁବନେତା ଗୋପାଳ ଜେନାଙ୍କୁ ଚିକିତ୍ସା ଆଳରେ ଅନଶନ ସ୍ଥଳରୁ ଉଠାଇ ନେବା ଘଟଣାକୁ ସିଆଇଟିୟୁ ପକ୍ଷରୁ ନିନ୍ଦା କରାଯିବା ସହ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକ ଜନସାଧାରଣ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରିବାର ଅଧିକାର ରହିଛି ବୋଲି ସିଆଇଟିୟୁ ପକ୍ଷରୁ କୁହାଯିବା ସହ ଆନ୍ଦୋଳନକୁ ଦବାଇ ଦେବା ପାଇଁ ଏଭଳି ଅପଚେଷ୍ଟାକୁ ବରଦାସ୍ତ କରାଯିବ ନାହିଁ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି ।

Related Post