Fri. Jun 13th, 2025

୨ଟି ଭୋଟର୍‌ ଆଇକାର୍ଡ ଥିବା ନେଇ ପ୍ରତିଦ୍ୱନ୍ଦ୍ୱୀ ଅତିଶୀ ଆଣିଥିବା ଅଭିଯୋଗର ଉତ୍ତର ଦେଲେ ଗୌତମ ଗମ୍ଭୀର

By amfnews Apr 28, 2019 #Featured
237 Views

ନୂଆଦିଲ୍ଳୀ: କ୍ରିକେଟର୍‌ ଟର୍ଣ୍ଣଡ୍‌ ରାଜେନେତା ଗୌତମ ଗମ୍ଭୀର ବିନା ଅନୁମତିରେ ଏକ ରାଜନୈତିକ ରାଲି କରିଥିବା ନେଇ ଦିଲ୍ଲୀ ପୁଲିସ୍‌ ତାଙ୍କ ନାମରେ ଏକ ମାମଲା ରୁଜୁ କରିବା ପରେ ସେ ତାଙ୍କର ପ୍ରତିଦ୍ୱନ୍ଦୀ ବା ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ର ଲୋକସଭା ପ୍ରାର୍ଥୀ ଅତିଶୀଙ୍କୁ ଟାର୍ଗେଟ କରିଛନ୍ତି। ଗୌତମ ଗମ୍ଭୀରଙ୍କ ପାଖରେ ଦୁଇଟି ଭୋଟର୍‌ ଆଇକାର୍ଡ ଅଛି ବୋଲି ଅତିଶୀ କହିବା କଥା ଉପରେ ଗମ୍ଭୀର ତାଙ୍କୁ ଉତ୍ତର ଦେଇ କହିଛନ୍ତି ଅତିଶୀଙ୍କର କୌଣସି ପ୍ରକାରର ଲକ୍ଷ୍ୟ ନାହିଁ।

ଗମ୍ଭୀର ନିଜର ପ୍ରତିକ୍ରିୟା ଦେଖାଇ କହିଛନ୍ତି ଯେ ‘ତୁମର କୌଣସି ଲକ୍ଷ୍ୟ ନାହିଁ। ତୁମେ ଗତ ୪-୫ ବର୍ଷ ଭିତରେ କରିଛ ବି କ’ଣ? ତୁମେ ଯେଉଁ ଅଭିଯୋଗ ଆଣିଛି ନିର୍ବାଚନ କମିସନ ତାହାର ନିଷ୍ପତ୍ତି ନେବେ। ଯେତେବେଳେ ତୁମର କିଛି ଲକ୍ଷ୍ୟ ସ୍ଥିର ହୋଇଯିବ ସେତେବେଳେ ତୁମେ ଆଉ ଏପରି ନକାରାତ୍ମକ ରାଜନୀତି କରିବ ନାହିଁ।’

ଉଲ୍ଲେଖଯୋଗ୍ୟ, ନିକଟରେ ଆପ୍‌ ପ୍ରାର୍ଥୀନି ଅତିଶି ଟ୍ଵିଟ୍‌ କରି ଲେଖିଥିଲେ ଯେ, ‘ଗୌତମ ଗମ୍ଭୀଙ୍କ ପାଖରେ ୨ଟି ଭୋଟର୍‌ ଆଇକାର୍ଡ ଥିବା ହେତୁ ମୁଁ ତାଙ୍କ ନାମରେ ଅପରାଧୀକ ମାମଲା ରୁଜୁ କରିଛି।’

By amfnews

Related Post