133 Views
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବସ୍ତର ପୁଲିସ ମହାନିରିକ୍ଷକ ବିବେକାନନ୍ଦ ସିହ୍ନା ଏବଂ ଏସପି ଅଭିଷେକ ମୀନାଙ୍କ ମାର୍ଗ ଦର୍ଶନରେ ଚାଲୁଥିବା ମାଓବାଦୀ ବିରୋଧୀ ଅଭିଯାନ ଦ୍ୱାରା ସୁକୁମା ଜିଲ୍ଲାର ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ବୁର୍କାପାଲ କ୍ୟାମ୍ପରୁ ୭/୧୦/୨୦୧୮ ଜିଲ୍ଲା ପୁଲିସ, ଡିଆରଜି ଏବଂ ଏସଟିଏଫ ଯବାନଙ୍କ ମିଳିତ ଭାବେ ମାଓବାଦୀ ଅଭିଯୁକ୍ତଙ୍କୁ କାବୁ କରିବା ପାଇଁ ମିନପା ଗ୍ରାମ ନିକଟସ୍ଥ ଜଙ୍ଗଲ ଓ ପାହାଡରୁ ୨ ମହିଳା ସମେତ ୧୬ ଜଣ ମାଓବାଦୀ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।
ସେମାନେ ହେଲେ ୧.ମାଡବି ସିଙ୍ଗା (୩୮) ଡିଏକେଏମଏସ ସଦସ୍ୟ ୨. ବଞ୍ଜାମ ହୁଙ୍ଗା(୧୯) ମିଲିସିଆ ସଦସ୍ୟ ୩. ମାଡବି ହଡମା (୩୨) ଡିଏକେଏମଏସ ସଦସ୍ୟ ୪. ଦୂଧି ହୁଙ୍ଗା (୨୨) ମିଲିସିଆ ସଦସ୍ୟ ୫. ମାଡବି ଆୟତା (୩୫) ଡିଏକେଏମଏସ ସଦସ୍ୟ ୬. ମାଡବି ପୋଜା (୨୧) ମିଲିସିଆ ସଦସ୍ୟ ୭. ମଡକମ କେସା (୩୬) ଡିଏକେଏମଏସ ସଦସ୍ୟ ୮. ମିଡିୟମ ଲଖମେ (୨୨) ମିଲିସିଆ ସଦସ୍ୟ ମାଡବି ଦେବେ (୨୩) ମିଲିସିଆ ସଦସ୍ୟ ୧୦.ସୋଡି ଗଙ୍ଗା (୩୪) ଡିଏକେଏମଏସ ସଦସ୍ୟ ୧୧. ମାଡବି ଭୀମା (୩୭) ଡିଏକେଏମଏସ ସଦସ୍ୟ ୧୨.ବଞ୍ଜାମ ନନ୍ଦା (୩୦) ଡିଏକେଏମଏସ ସଦସ୍ୟ ୧୩. ମୁଚାକୀ ମୁକ୍କା (୪୦) ଡିଏକେଏମଏସ ସଦସ୍ୟ ୧୪. ମାଡବି ଭୀମା (୨୨) ମିଲିସିଆ ସଦସ୍ୟ ୧୫. ମୁଚାକୀ ଇରିସ (୨୦) ମିଲିସିଆ ସଦସ୍ୟ ୧୬. ମୁଚାକୀ ଆୟତା (୩୭) ଡିଏକେଏମଏସ ସଦସ୍ୟଙ୍କୁ ସୁକୁମା ଜିଲ୍ଲାର ଭେଜି ଥାନା ଅନ୍ତର୍ଗତ ରେଗଡଗଟ୍ଟା ଗ୍ରାମ ନିକଟରୁ ଗିରଫ କରିଛି।
ଏଥି ମଧ୍ୟରୁ ସୋଡି ଗଙ୍ଗା, ମାଡବି ଭୀମା,ବଞ୍ଜାମ ନନ୍ଦା,ମାଡବି ଭୀମା,ମୁଚାକୀ ମୁକ୍କା ଥାନା ଚିନ୍ତାଗୁମ୍ଫା ଅଞ୍ଚଳରେ ୨୪/୦୪/୨୦୧୭ ଦିନ ବୁର୍କାପାଲ-ଚିନ୍ତାଗୁମ୍ଫା ମଧ୍ୟସ୍ଥ ମାର୍ଗରେ ନିର୍ମାଣାଧିନ ପୋଲ ନିକଟରେ ଯବାନଙ୍କ ସହ ଗୁଳି ବିନିମୟରେ ୨୫ ଯବାନ ଶହୀଦ ଏବଂ ୭ ଯବାନ ଆହତ ହୋଇଥିଲେ।ଏବଂ ୧୦/୦୭/୨୦୧୮ ଅନ୍ୟମାନେ ମିନପା ଗ୍ରାମ ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ୧ ଜଣ ଯବାନ ମୃତ ଓ ବିଭିନ୍ନ ହତ୍ୟା, ଲୁଟପାଟ, ଅପହରଣ, ସରକାରୀ ସମ୍ପତ୍ତିକୁ ନିଆଁ ଲଗାଇବା ଭଳି ମାମଲାରେ ସମ୍ପୃକ୍ତି ଜଣାପଡିଛି।
Attachments area