Sat. Mar 7th, 2026
239 Views

ବଲାଙ୍ଗିର  : ପାଚିଲା ଧାନ ଓ ପନିପରିବାକୁ ନଷ୍ଟ କରିଦେଉଥିଲେ ହାତୀ ପଲ।  ଏ ନେଇ ବାରମ୍ୱାର  ଜଙ୍ଗଲ  ବିଭାଗକୁ ଖବର ଦେଲା ପରେ ମଧ୍ୟ କେହି ଶୁଣୁନଥିଲେ। ଫଳରେ ଉତ୍ତକ୍ତ୍ୟ ଚାଷୀ ଗତକାଲି ୨ ବନ କର୍ମଚାରୀଙ୍କୁ ପ୍ରାୟ ୯ ଘଣ୍ଟା କାଳ ଗୋଟିଏ ଘରେ ବନ୍ଦ କରି ରଖିଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା।  ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଥାଳବନ୍ଧ ଗାଁ ରେ ଘଟିଛି ।

ଥାଳବନ୍ଧ ଗାଁର ଚାଷୀ ଧୁବା ପଟେଲଙ୍କ ଧାନ ତଥା ପନିପରିବା ଫସଳକୁ ନଷ୍ଟ କରିଦେଇଥିଲେ ହାତୀପଲ । ଗତକାଲି ଘଟଣାର ତଦନ୍ତ କରିବା ପାଇଁ ବନ ବିଭାଗର ଦୁଇ ଜଣ କର୍ନଚାରୀ କମଳଲୋଚନ ମହାପାତ୍ର ଏବଂ ପଦ୍ମଲୋଚନ ନାୟକ ଧୁବା ପଟେଲଙ୍କ ଚାଷ ଜମୀ ନିକଟରେ ପହଞ୍ଚିଥିଲେ। ତୁରନ୍ତ କ୍ଷତିପୂରଣ ଦାବି କରି ଧୁବା ପଟେଲ ଏବଂ ତାଙ୍କ ଭାଇ ନରସିଂହ ପଟେଲ ଚାଷ ଜମି ନିକଟରେ ଥିବା ଫାର୍ମ ହାଉସ ଭିତରେ ୨ ବନ କର୍ନଚାରୀଙ୍କୁ ତାଲା ପକାଇ ଦେଇଥିଲେ। ଏପରିକି ଉଭୟଙ୍କୁ ଉତ୍ତ୍ୟକ୍ତ ଚାଷୀ ସକାଳ  ୭ ଟା ରୁ  ଅପରାହ୍ନ ୪ ଟା ପର୍ଯ୍ୟନ୍ତ ୯ ଘଣ୍ଟା ଧରି ତାଲା ପକାଇ ଦେଇଥିଲେ।

ଘଟଣା ସଂର୍ପକରେ ଖବର ପାଇ ତୁଷୁରା ପୁଲିସ୍‌ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ବନବିଭାଗ ତରଫରୁ ତୁଷୁରା ଥାନାରେ ଦୁଇ ଚାଷୀ଼ଙ୍କ  ନାଁ ରେ ଲିଖିତ ଅଭିଯୋଗ କରାଯାଇଛି । ପୁଲିସ୍‌ ତଦନ୍ତ ଜାରୀ ରଖିଛି।

By amfnews

Related Post