Sat. Apr 19th, 2025

୧୯୪୫ ମସିହା ଅଗଷ୍ଟ ମାସ ୬ ତାରିଖ ସକାଳ ୮ଟା ୧୫ ମିନିଟ:ପରମାଣୁ ବିସ୍ଫୋରଣରେ ଜଳିଉଠିଲା ହିରୋସୀମା, ପାଣି ପିଇପାରିଲେନି ଲୋକେ

By amfnews Aug 6, 2018 #Featured
205 Views

ନୂଆଦିଲ୍ଲୀ:୧୯୪୫ ମସିହା ଅଗଷ୍ଟ ମାସ ୬ ତାରିଖ। ସବୁଦିନ ପରି ଜାପାନ ଆକାଶରେ ସୂର୍ଯ୍ୟ ସ୍ୱାଭାବିକ ଭାବେ ଉଠିଥିଲେ। ପକ୍ଷୀମାନେ ବିଭିନ୍ନ ଗଛ ଡ଼ାଳରେ ବସି ସୁନ୍ଦର ସଙ୍ଗୀତର ମୁର୍ଚ୍ଛର୍ନା ତୋଳୁଥିେଲେ। ପିଲାଏ ସ୍କୁଲ ଯାଉଥିଲେ। ଯଦିଓ ବିଶ୍ୱଯୁଦ୍ଧ- ୨ର ଘନଘଟା ଜାପାନ ଆକାଶରେ ଥିଲା ତଥାପି ଲୋକେ ସେମାନଙ୍କ ଜୀବିକାର୍ଜନ ପାଇଁ ପ୍ରସ୍ତୁତି ଚଳାଇଥିଲେ। ସେହିଦିନ ସକାଳ ୮ଟା ୧୫ ମିନିଟ୍‌। ହଠାତ ଏକ ଭୟଙ୍କର ଶବ୍ଦରେ ଥରି ଉଠିଲା ଜାପାନ। ଭୁମିକମ୍‌ ସହିତ ପରିଚିତ ଜାପାନବାସୀଙ୍କ ପାଇଁ ଏତେ ଭୟଙ୍କର ଶବ୍ଦ ଥିଲା ବେଶ୍‌ ଅପ୍ରତ୍ୟାାଶିତ। ତେବେ କେହିି କିଛି ବୁଝିବା ପୂର୍ବରୁ ହିରୋସୀମା ସହରର ୪ ବର୍ଗ କିଲୋମିଟର ଅଞ୍ଚଳ ଥରି ଉଠିବା ସହିତ ଘରଗୁଡ଼ିକ ତାସ ଘର ପରି ଭୁଶୁଡ଼ି ପଡ଼ିଥିଲା। କେବଳ ସେତିକି ନୁହେଁ, ହଜାର ହଜାର ଲୋକ ସଙ୍ଗେ ସଙ୍ଗେ ଠିଆ ଠିଆ ପାଉଁଶ ହୋଇ ଯାଇଥିଲେ। ଏହା ଥିଲା ଆମୋରିକାର ୟୁରାନିୟମ ପରମାଣୁ ବୋମାର ବିଭୀଷିକା।

କେବଳ ସେତିକି ନୁହେଁ, ସକାଳ ୮ଟା ୧୫ ମିନିଟ୍‌ରେ ମାମେରିକାର ବୋମାବର୍ଷୀ ଏୟାରକ୍ରାଫ୍ଟ ଚଳାଇ କର୍ଣ୍ଣେଲ ପଲ ଡବ୍ଲ୍ୟୁ ଟିବେଟ୍‌ ୫ଟ୍‌ ଓଜନ ବିଶିଷ୍ଟ ‘ଲିଟିଲ ବୟ’କୁ ହୀରୋସୀମା ଆକାଶରୁ ତଳକୁ ପକାଇବାର ମାତ୍ର ୧ ଘଣ୍ଟା ମଧ୍ୟରେ ଶ୍ମଶାନ ପଲଟି ଯାଇଥିିଲା ହୀରୋସୀମା ସହର। ଆଉ ଏହି ୧ ଘଣ୍ଟା ମଧ୍ୟରେ ପ୍ରାଣ ହରାଇଥିଲେ ୮୦ ହଜାର ଲୋକ। ଅଧିକାଂଶ ଲୋକଙ୍କ ଶରୀରରୁ ଚମଡ଼ା ଉତୁରି ଯାଇଥିଲାା ଆଉ ତା ପରେ ପରେ ହୋଇଥିବା କଳାବର୍ଷରେ ସେମାନେ ପ୍ରାଣ ହରାଉଥିଲେ। ଯେଉଁମାନେ ଏହି ପରମାଣୁ ବୋମା ବିସ୍ଫୋରଣର ଭୟଙ୍କର ଭାବେ ଆହତ ହୋଇ ପାଣି ଟୋପେ ପିିଇବାକୁ ଚାହୁଁଥିଲେ ସେମାନେ ପାଣି ପିଇବା ମାତ୍ରେ ମୃତ୍ୟୁବରଣ କରୁଥିେଲେ।

ଏ ସମ୍ପର୍କରେ ଏହି ପରମାଣୁ ବୋମାରେ ନିଜର ୩ ବର୍ଷର ପୁଅକୁ ହରାଇତିବା ନୁବୁଓ ଟେଷ୍ଟାନୁନି କୁହନ୍ତି , ପରମାଣୁ ବୋମା ବିସ୍ଫୋରଣ ଯୋଗୁଁ ଭୁଶୁଡ଼ି ପଡ଼ିଥିବ ତାଙ୍କ ଘରର ଦୁଇ ପିଲାର ମଧ୍ୟ୍ରରେ ଚାପି ହୋଇ ରହିଯାଇଥିଲେ ତାଙ୍କ ପୁଅ ଶିନ୍‌ ଟେଷ୍ଟାନୁନି। ମୁଣ୍ଡରୁ ରକ୍ତ ବାହାରୁ ଥିଲା। ପୁଅ ତାଙ୍କର ପାଣି ଟୋପାଏ ପାଇଁ ବିକଳ ହୋଇ କାନ୍ଦୁଥିଲେ। ମାତ୍ର ସେତେବେଳକୁ ହୀରୋସୀମାର ପାଣି ଜହର ହାଇ ସାରିଥିଲା। ଯିଏ ହୀରୋସୀମାର ପାଣି ପିଉଥିଲେ ସେ ସଙ୍ଗେ ସଙ୍ଗେ ମୃତ୍ୟୁମୁଖରେ ପଡ଼ୁଥିବାରୁ ପୁଅକୁ ସେ ପାଣି ପିଇବାକୁ ଦେବାକୁ ସାହସ କରି ପାରି ନ ଥଲେ। ସେହି ରାତିରେ ହିଁ ଶିନ ମୃତ୍ୟୁ ବରଣ କରିଥିଲେ । ଏହି ପରି ହଜାର ହଜାର କାହାଣିରେ ଲିଟିଲ ବୟର ବିଭିଷିକା ଶୁଣିବାକୁ ମିଳେ। ଆଉ ହୀରୋସୀମାରେ ଥିବା ପରମାଣୁ ବିଭିଷିକା ମ୍ୟୁଜିୟମରେ ପରମାଣୁ ବୋମା ବିସ୍ଫୋଣରର ଭୟଙ୍କର ଚିତ୍ର ଦେଖିବାକୁ ମିଳେ।

By amfnews

Related Post