Sat. Mar 7th, 2026

୧୬ ନଂ ଜାତୀୟ ରାଜପଥର କଡ଼ାଇ ଛକ ନିକଟରେ ଓଲଟିଲା ଏଚ୍. ପି. ଗ୍ୟାସ୍ ଟ୍ୟାଙ୍କର୍

289 Views

ଯାଜପୁର : ଆଜି ସକାଳୁ ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡ଼ଚଣା ଥାନା ଅଞ୍ଚଳରେ ଏକ ଗ୍ୟାସ୍ ଟ୍ୟାଙ୍କର୍ ଓଲଟିଥିବାର ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କଡ଼ାଇ ଛକ ନିକଟରେ ଏକ ଏଚ୍. ପି. ଗ୍ୟାସ୍ ଟ୍ୟାଙ୍କର ଓଲଟିଥିଲା। ଏହି ଗ୍ୟାସ୍ ଟ୍ୟାଙ୍କରଟି କଟକରୁ କୋଲକାତା ଅଭିମୁଖେ ଯାଉଥିଲା। ହଠାତ୍ କଡ଼ାଇ ଛକ ନିକଟରେ ତାହା ନିୟନ୍ତ୍ରଣ ହରାଇ ଓଲଟି ଯାଇଥିଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି। ଏପରିକି ଚାଳକ ମଧ୍ୟ ସୁରକ୍ଷିତ ଅଛନ୍ତି।

ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ଚଣ୍ଡିଖୋଲ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ ଟ୍ୟାଙ୍କରକୁ ପାଣି ପକାଉଥିବା ଦେଖିବାକୁ ମିଳିଥିଲା। ଗ୍ୟାସ୍ ଲିକ୍ ନ ହେବା ପାଇଁ ଘଟଣାସ୍ଥଳରେ ଏକ ବିଶେଷଜ୍ଞ ଦଳ ଆସି ପହଞ୍ଚିଥିବାର ଖବର ମିଳିଛି। ସେମାନେ ସେଠାରେ ଗ୍ୟାସ୍ ଟ୍ୟାଙ୍କର୍କୁ ଯାଞ୍ଚ କରୁଛନ୍ତି। ଖବର ପାଇ ବଡ଼ଚଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

By amfnews

Related Post