Sun. Mar 8th, 2026

୧୬ ଜଣ ବିଚରାଧୀନ କଏଦୀଙ୍କୁ ନେଇ କୋର୍ଟକୁ ଯାଉଥିବା ପୁଲିସ ଭ୍ୟାନ୍ ଧକ୍କାରେ ୨ ବାଇକ୍ ଆରୋହୀ ମୃତ

181 Views

ସୋନପୁର  : ସୋନପୁର-ବଲାଙ୍ଗିର ରାସ୍ତାରେ ଥିବା ଅର୍ଜୁନପୁର ଛକ ନିକଟରେ ଏକ ପୁଲିସ ଭ୍ୟାନ୍ ଧକ୍କାରେ ୨ ବାଇକ୍ ଆରୋହୀ ମୃତ୍ୟୁବରଣ କରିଥିବାର ଖବର ମିଳିଛି। ତେବେ ଉଭୟଙ୍କର ପରିଚୟ ମିଳିନାହିଁ । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଏକ ପୁଲିସ ଭ୍ୟାନ୍ (ଓଡି-୦୫ ଜେଡ୍ -୩୩୦୧) ୧୬ ଜଣ ବିଚରାଧୀନ କଏଦୀଙ୍କୁ ନେଇ ରାମପୁର କୋର୍ଟ ଅଭିମୁଖେ ଯାଉଥିଲା। ଏକ ମୋଟର ସାଇକେଲ ( ଓଡି୦୩-ସି-୭୯୨୮)ରେ ଦୁଇ ଜଣ ଲୋକ ବଲାଙ୍ଗୀର ପଟୁ ଆସୁଥିଲେ।

 । ଜାତୀୟ ରାଜପଥ ନଂ-୫୭ରେ ସୋନପୁର-ବଲାଙ୍ଗିର ରାସ୍ତାରେ ଥିବା ଅର୍ଜୁ

ନପୁର ଛକ ନିକଟରେ ଏହି ପୁଲିସ ଭ୍ୟାନ୍ ମୋଟର ସାଇକେଲକୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ଉଭୟ ବାଇକ୍ ଆରୋହୀଙ୍କର ମୃତ୍ୟୁବରଣ କରିଥିଲା। ଦୁର୍ଘଟଣା ଘଟାଇବାପରେ ଉକ୍ତ ଭୟାନଟି ଏବେ ସୋନପୁର ଥାନା ପରିସରରେ ଥିବାର ସୂଚନା ମିଳିଛି। ଏଥିରେ ଯାଉଥିବା ୧୬ ଜଣ ବିଚରାଧୀନ କଏଦୀଙ୍କ ଭିତରୁ କାହାରି କିଛି କ୍ଷତି ହୋଇ ନଥିବା ଜଣାଯାଇଛି। କିନ୍ତୁ ମୋଟର ସାଇକେଲଟି ଭାଙ୍ଗି ଯାଇଥିବା ଜଣାଯାଇଛି। ଇତିମଧ୍ୟରେ ଥାନାରେ ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ପହଞ୍ଚିଥିବା ଜଣାଯାଇଛି।ପୁଲିସ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଉଭୟ ବାଇକ୍ ଆରୋହୀଙ୍କର ପରିଚୟ ଖୋଜୁଥିବା କୁହାଯାଉଛି।

By amfnews

Related Post