Mon. Nov 25th, 2024

୧୫ରୁ ନନ୍ଦନକାନନ ଓ ନୀଳାଚଳ ଏକ୍ସପ୍ରେସ୍‌ର ସମୟରେ ପରିବର୍ତ୍ତନ

By amfnews Dec 3, 2019 #Featured
85 Views

ଭୁବନେଶ୍ବର : ଟ୍ରେନ ଯାତ୍ରୀଙ୍କର ସୁବିଧା ସହିତ ବିସ୍ତୃତ ଟ୍ରେନ ପରିଚାଳନା ସମସ୍ୟା ଏଡ଼ାଇବା ପାଇଁ ଆସନ୍ତା‌ ୧୫ ତାରିଖରୁ ପୂର୍ବ କେନ୍ଦ୍ରୀୟ ରେଳପଥର ମୋଗଲସରାଇ ରେଳମଣ୍ଡଳ ଅନ୍ତର୍ଗତ ଗୟା ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କ୍‌ସନ ମଧ୍ୟରେ ଉଭୟ ପାର୍ଶ୍ୱରୁ ନନ୍ଦନକାନନ, ନୀଳାଚଳ ଏକ୍ସପ୍ରେସ ଟ୍ରେନ ଦ୍ବୟର ସମୟ ସାରଣୀକୁ ପରିବର୍ତ୍ତିତ କରାଯାଇଛି। ପୁରୀ-ଆନନ୍ଦ ବିହାର(ନୂଆଦିଲ୍ଲୀ) ନନ୍ଦନକାନନ ଏକ୍ସପ୍ରେସ(୧୨୮୧୫) ଗୟା ଷ୍ଟେସନଠାରୁ ଏହାର ନିର୍ଧାରିତ ସମୟ ରାତି ୨ଟା ୧୦ରେ ଛାଡୁଥିବା ବେଳେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କ୍‌ସନଠାରେ ଭୋର ୫ଟା ୧୫ ପରିବର୍ତ୍ତେ ଭୋର ୫ଟା ୧୦ରେ ଛାଡ଼ିବ। ଫେରିବା ମାର୍ଗରେ ଆନନ୍ଦ ବିହାର-ପୁରୀ ନନ୍ଦନକାନନ ଏକ୍ସପ୍ରେସ(୧୨୮୧୬) ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କ୍‌ସନଠାରେ ସନ୍ଧ୍ୟା ୬ଟା ୧୩ରେ ଛାଡ଼ୁଥିବା ବେଳେ ଗୟା ଷ୍ଟେସନଠାରେ ରାତି ୮ଟା ୫୦ ପରିବର୍ତ୍ତେ ରାତି ୮ଟା ୫୫ରେ ଛାଡ଼ିବ।

ପୁରୀ-ଆନନ୍ଦ ବିହାର(ନୂଆଦିଲ୍ଲୀ) ନୀଳାଚଳ ଏକ୍ସପ୍ରେସ(୧୨୮୭୫) ଗୟା ଷ୍ଟେସନଠାରୁ ରାତି ୩ଟା ୧୫ରେ ଛାଡ଼ୁଥିବା ବେଳେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କ୍‌ସନଠାରେ ଭୋର ୬ଟା ୩୭ ପରିବର୍ତ୍ତେ ଭୋର ୬ଟା ୨୫ରେ ଛାଡ଼ିବ। ଫେରିବା ମାର୍ଗରେ ଆନନ୍ଦ ବିହାର-ପୁରୀ ନୀଳାଚଳ ଏକ୍ସପ୍ରେସ(୧୨୮୭୬) ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କ୍‌ସନଠାରେ ରାତି ୯ଟା ୧୮ରେ ଛାଡ଼ୁଥିବା ବେଳେ ଗୟା ଷ୍ଟେସନଠାରେ ରାତି ୧୨ଟା ୨୫ ପରିବର୍ତ୍ତେ ରାତି ୧୨ଟା ୨୦ରେ ଛ‌ାଡ଼ିବ। ଉଭୟ ପାର୍ଶ୍ୱରୁ ପୁରୀ ଓ ଗୟା ମଧ୍ୟରେ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କ୍ସନ ଓ ଆନନ୍ଦ ବିହାର ଷ୍ଟେସନ ମଧ୍ୟରେ ଏହି ଟ୍ରେନ ପାଇଁ ସ୍ଥିରୀକୃତ ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବ ନାହିଁ।

By amfnews

Related Post