Fri. Mar 6th, 2026

୧୪ଟି ସ୍ପା ସେଣ୍ଟରରେ ସ୍ପା ଓ ମସାଜ୍‌ ନାଆଁରେ ବିଦେଶ ଯୁବତୀମାନଙ୍କର ଦେହ ବ୍ୟବସାୟ

195 Views

ନୋଏଡା : ନୋଏଡାର ସେକ୍ଟର-୧୮ର ୧୪ଟି ସ୍ପା ସେଣ୍ଟରରେ ସ୍ପା ଓ ମସାଜ୍‌ ନାଆଁରେ ବିଦେଶ ଯୁବତୀମାନଙ୍କର ଦେହ ବ୍ୟବସାୟ ଚାଲିଥିଲା। ଏହାକୁ ନେଇ ସେହି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଗତକାଲି ବିଳମ୍ବିତ ରାତିରେ ପୁଲିସର ୧୫ଟି ଟିମ୍‌ ତିନି ଘଣ୍ଟା ଧରି ଅପରେସନ୍‌ କ୍ଲିନ୍‌ ଚଳାଇ ସେହି ସ୍ପା ସେଣ୍ଟରରେ ଚଢାଉ କରିଥିଲେ।

ଏହି ଚଢାଉ ସମୟରେ ପୁଲିସର ୫ ବିଦେଶୀ ମହିଳାଙ୍କ ସମେତ ୩୫ ଜଣ ଯୁବତୀଙ୍କୁ ଗିରଫ କରିଥିଲା। ଖାଲି ସେତିକି ନୁହେଁ ୧୦ ଜଣ ଯୁବକଙ୍କୁ ମଧ୍ୟ ଆପତ୍ତିଜନକ ଅବସ୍ଥାରେ ଧରିଥିଲା। ପୁଲିସ ସେସବୁ ସ୍ପା ସେଣ୍ଟରଗୁଡିକୁ ସିଲ କରି ଦେଇଥିଲା ଓ ସେମାନଙ୍କର ମାଲିକମାନଙ୍କୁ ଖୋଜୁଛି। ଏହି ସମୟରେ ପୁଲିସ ପ୍ରାୟ ୧ ଲକ୍ଷ ଟଙ୍କା ନଗଦ ମଧ୍ୟ ଜବତ କରିଛି। ପୁଲିସର ସୂଚନା ଅନୁଯାୟୀ ୩ଟି ସ୍ପା ସେଣ୍ଟରରେ ଯୁବକ-ଯୁବତୀଙ୍କୁ ଆପତ୍ତିଜନକ ଅବସ୍ଥା ଧରାଯାଇଥିଲା।୧୧ଟି ସ୍ପା ସେଣ୍ଟରରୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିଲା ଏଥିରୁ ଦେହ ବ୍ୟାପାର ଜାରି ରହିବାର ସ୍ପଷ୍ଟ ସୂଚନା ମିଳୁଥିଲା।

ଏହି ଘଟଣା ସଂପର୍କରେ ଏସଏସପି ବୈଭବ କୃଷ୍ଣ କହିଛନ୍ତି ଯେ ଏହି ଚଢାଉ ସଂପର୍କରେ ସ୍ଥାନୀୟ ପୁଲିସକୁ ସୂଚନା ଦିଆଯାଇନଥିଲା। ସ୍ଥାନୀୟ ପୁଲିସର ଭୂମିକା ସନ୍ଦେହଜନକ ଥିବା ଯୋଗୁଁ ବି ତାହାର ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।

By amfnews

Related Post