Sat. Mar 7th, 2026

୧୪ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

233 Views

ଖଣ୍ଡଗିରି: ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ସ୍ଥାନୀୟ କସ୍‌ମୋପଲିରେ ରହୁଥିବା ଜଣେ ଯୁବକ ୧୪ ମହଲାରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଯୁବ ବ୍ୟବସାୟୀ ସୌରଭ ସୁରେଖ(୩୨)। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ଖଣ୍ଡଗିରି ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଛି।

ଗଭୀର ମାନସିକ ଅବସାଦ ହିଁ ଏଭଳି କାଣ୍ଡର କାରଣ ହୋଇପାରେ ବୋଲି କୁହାଯାଉଛି। ଅଘଟଣ ପରେ କସ୍‌ମୋପଲିରେ ଭୟର ବାତାବରଣ ଖେଳି ଯାଇଛି। ସୌରଭ କସ୍‌ମୋପଲିର ଡି ବ୍ଲକ୍‌ର ୧୪୩ରେ ରହୁଥିଲେ। ଆଜି ରାତିରେ ସେ ଆପାର୍ଟମେଣ୍ଟର ଉପରକୁ ଯାଇ ତଳକୁ ଡେଇଁ ପଡ଼ିଥିଲେ। ତଳେ ପଡ଼ିବା ପରେ ସୁରକ୍ଷାକର୍ମୀମାନେ ପ୍ରଥମେ ଦେଖିଥିଲେ। ସେମାନଙ୍କ ପାଟି ଶୁଣି ବାସିନ୍ଦାମାନେ ଘଟଣାସ୍ଥଳକୁ ଧାଇଁଥିଲେ।

ସଙ୍ଗେସଙ୍ଗେ ତାଙ୍କୁ ଆମ୍ରି ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଖବର ପାଇ ପୁରୁଣା ଭୁବନେଶ୍ୱର ରାଜେନ୍ଦ୍ର ନଗରରେ ରହୁଥିବା ସୌରଭଙ୍କ ବାପା ସାଜ୍ଜନ ସୁରେଖ ଓ ଅନ୍ୟ ସମ୍ପର୍କୀୟମାନେ ଆମ୍ରି ହସ୍ପିଟାଲରେ ପହଞ୍ଚିଥିଲେ। ସୌରଭଙ୍କ ଏଭଳି ପଦକ୍ଷେପକୁ ନେଇ କିଛି ସ୍ପଷ୍ଟ କାରଣ ମିଳିପାରିନାହିଁ। ବ୍ୟବସାୟରେ କ୍ଷତି ହୋଇଥିବା କାରଣରୁ ହେଉ କି ଅନ୍ୟ କୌଣସି ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ପୁଲିସ କସ୍‌ମୋପଲିସ୍ଥିତ ସୌରଭଙ୍କ ରୁମ୍‌ ଛାନ୍‌ଭିନ୍‌ ଚଳାଇବା ସହ ପଡ଼ୋଶୀଙ୍କଠାରୁ ତଥ୍ୟ ସଂଗ୍ରହ କରୁଛି।

By amfnews

Related Post