ରାଉରକେଲା, ୫ା୧୦ : ଆର୍ଏସ୍ପି ଓ ଅନ୍ୟ ସମନ୍ୱିତ ଇସ୍ପାତ କାରଖାନାରେ ଶ୍ରମିକ କର୍ମଚାରୀମାନଙ୍କୁ ୧୩ ହଜାର ବୋନସ ପ୍ରଦାନ ଓ ଅନ୍ୟ ସ୍ପେଶାଲ ଷ୍ଟିଲ୍ ପ୍ଲାଣ୍ଟ କର୍ମଚାରୀମାନଙ୍କୁ ୧୧ ହଜାର ଟଙ୍କା ବୋନସ୍ ପ୍ରଦାନ ନିଷ୍ପତ୍ତିକୁ ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ଅସନ୍ତୋଷ ଓ କ୍ଷୋଭ ପ୍ରକାଶ କରାଯାଇଛି । ଏହି ରାଶି ଅତ୍ୟନ୍ତ ନଗଣ୍ୟ ଏବଂ ଶ୍ରମିକ ସମାଜର ନ୍ୟାର୍ଯ୍ୟ ଦାବି ପ୍ରତି ଉପହାକ ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଯେତେବେଳେ ସେଲ୍ ଅପରେଟିଂ ପ୍ରଫିଟ ଆରମ୍ଭ କରିଥିଲା ସେତେବେଳେ ୧୮ ହଜାର ୪୦ ଟଙ୍କା ବୋନସ ପ୍ରଦାନ କରାଯାଇଥିଲା । ପ୍ରଫିଟ୍ ପରବର୍ତ୍ତୀ ସମୟରେ ଏହା କମିଥିଲେ ମଧ୍ୟ ୨୦୧୦, ୨୦୧୧, ୨୦୧୨, ୨୦୧୩ ଏବଂ ୨୦୧୪ରେ ୧୮ ହଜାର ୪୦ ଟଙ୍କା ବୋନସ ମିଳିଥିଲା । କିନ୍ତୁ ୨୦୧୫ ମସିହାରେ ୯ ହଜାର ଟଙ୍କା, ୨୦୧୬ରେ ୧୦ ହଜାର ଟଙ୍କା, ୨୦୧୭ରେ ୧୧ ହଜାର ଟଙ୍କା ଓ ୨୦୧୮ରେ ୧୩ ହଜାର ଟଙ୍କା ବୋନସ ପ୍ରଦାନ ଆର୍ଏସ୍ପି କର୍ମଚାରୀମାନଙ୍କ କଠିନ ପରିଶ୍ରମର ଅନୁରୂପ ଫଳ ନୁହେଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏଣୁ ଏହା ଉପରେ ଅତ୍ୟନ୍ତ ସମ୍ବେଦନତାର ସହ ପୁନର୍ବିଚାର କରିବା ପାଇଁ ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ସେଲ୍ କର୍ତ୍ତୃପକ୍ଷଙ୍କୁ ଆହ୍ୱାନ କରାଯିବା ସହ ଦୃଢ ଦାବି କରାଯାଇଛି ।
142 Views