168 Views
ନୂଆଦିଲ୍ଲୀ, ଜାନୁଆରୀ ୦୨ : ଆଜି ସଂସଦର ଶୀତକାଳୀନ ଅଧିବେଶନର ୧୩ତମ ଦିନ । ଏହି ମଧ୍ୟରେ ଆଜି ରାଜ୍ୟସଭାରେ ତିନ ତଲାଖ ବିଲରେ ଚର୍ଚ୍ଚା ହେବାକୁ ଥିବା ବେଳେ ଲୋକସଭାରେ ରାଫେଲ ମାମଲାରେ ଚର୍ଚ୍ଚା ଚାଲିଛି । ଆଜି ରାଜ୍ୟସଭାରେ ତିନ ତଲାଖ ବିଲ ଉପସ୍ଥାପନ ହେବ । ଯାହାକି ଲୋକସଭାରୁ ପାସ ହୋଇ ସାରିଛି । ରାଜ୍ୟସଭାରେ ବିପକ୍ଷଙ୍କ ସଂଖ୍ୟା ଅଧିକ ଥିବା କାରଣରୁ ଏହାକୁ ଗତକାଲି ପାସ୍ କରାଯାଇ ନଥିଲା । ବିପକ୍ଷ ଏହାକୁ ଏକ ସମିତିର ନଜରରେ ଯାଂଚ୍ କରିବାକୁ ଦାବି କରିଥିବା ବେଳେ ବିଜେପି ଏହାକୁ ମାନିବାକୁ ପ୍ରସ୍ତୁତ ନାହିଁ ।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକସଭାରେ ଆଜି ରାଫେଲ ଚୁକ୍ତିକୁ ନେଇ ନିଜ ପକ୍ଷ ବାଢିଛନ୍ତି । ଏହା ପରେ ଗୃହରେ ହଟ୍ଟଗୋଳ ହୋଇଥିଲା । ସଭାପତି ଭେଙ୍କେୟା ନାଇଡୁ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଛନ୍ତି ଏବଂ କହିଛନ୍ତି କି, ଲୋକ ଆମ ଉପରେ ହସୁଛନ୍ତି । ସଂସଦର ଛବି ନଷ୍ଟ ହେବାକୁ ବସିଲାଣି । ଦୟାକରି ସହେଯାଗ କରନ୍ତୁ ଏହା ସଦନର ଶେଷ ଦିନକୁ ସାର୍ଥକ କରିବାକୁ କିଛି ପ୍ରସ୍ତାବ ପାରିତ କରିବ । ଅନ୍ୟ ପକ୍ଷରେ ରାଜ୍ୟସଭାରେ ଏଆଇଏଡିଏମକେର ସାଂସଦ କାବେରୀ ମାମଲାକୁ ନେଇ ପ୍ରଦର୍ଶନ କରୁଛନ୍ତି ।