Sat. Mar 7th, 2026
228 Views

ବରଗଡ଼  : ବାରମ୍ୱାର ବିଦ୍ୟୁତ୍‌ ବିଭ୍ରାଟ ତଥା ୱେସକୋ ଅଫିସରେ କୌଣସି  କର୍ମଚାରୀ  ନଥିବା ପ୍ରତିବାଦରେ  ଆଜି  ବରଗଡ଼ ଜିଲ୍ଲାର ଅତାବିରା ଠାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।  ଅତାବିରାର ପୂର୍ବତନ କଂଗ୍ରେସ ବିଧାୟକ ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ବଣିକସଂଘ ଓ ବିଭିନ୍ନ ଅନୁଷ୍ଠାନ ସମର୍ଥନ ଜଣାଇ ଏହି ବନ୍ଦ ପାଳନରେ ସାମିଲ ହୋଇଛନ୍ତି। ଫଳରେ ସକାଳୁ ସକାଳୁ ଦୋକାନ ବଜାର ବନ୍ଦ ରହିଛି।

ଅତାବିରା ଅଞ୍ଚଳରେ ବାରମ୍ୱାର ବିଦ୍ୟୁତ୍‌ ବିଭ୍ରାଟ ଲାଗି ରହୁଛି। ଏନେଇ ୱେସକୋ ଅଫିସକୁ ଗଲେ ସେଠାରେ କୌଣସି କର୍ମଚାରୀ  ନଥିବାରୁ ନିରାଶ ହୋଇ ଫେରୁଛନ୍ତି ଲୋକେ। ଏନେଇ ପୂର୍ବରୁ ବରଗଡ଼ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କଠାରେ ଅଭିଯୋଗ ହୋଇଥିଲେ ମଧ୍ୟ  କୌଣସି ପଦକ୍ଷେପ ନିଆ ନଯିବାରୁ  ପ୍ରତିବାଦରେ ଆଜି ଏହି ବନ୍ଦ ପାଳନ କରାଯାଇଛି।

By amfnews

Related Post