Sat. Mar 7th, 2026

୧୧ତମ ରାଜ୍ୟସ୍ତରୀୟ ତାଇକୋନ-ଡୁ, କିକ୍ ବକ୍ସିଂ ଓ କରାଟେ ଚମ୍ପିୟନସିପ୍ ଉଦ୍ଯାପିତ

390 Views

ରାଉରକେଲା, ୨୧ା୧୦ : ଦୁଇ ଦିନ ଧରି ରାଉରକେଲା ସ୍ଥିତ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳଟ ଠାରେ ଚାଲିଥିବା ୧୧ତମ ରାଜ୍ୟସ୍ତରୀୟ ତାଇକୋନ୍-ଡୁ, କିକ୍ ବକ୍ସିଂ ଓ କରାଟେ ଚମ୍ପିୟନସିପ୍ ଉଦ୍ଯାପିତ ହୋଇଯାଇଛି । କଳିଙ୍ଗ ତାଇକୋନ-ଡୁ ଆସୋସିଏସନ (ଓଡିଶା) ଓ ଓରିଏଣ୍ଟାଲ ମାର୍ଶାଲ ଆର୍ଟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଏହା ପରିଚାଳିତ ହୋଇଥିଲା । ଇଣ୍ଟର ନ୍ୟାସନାଲ କୋଚ୍ ସଚ୍ଚିଦାନନ୍ଦ ବିଶ୍ୱାଳ, ବିଶ୍ରା କୋଚ୍ କୋଲେକ ପ୍ରସାଦ ବେହେରା, ରାଉରକେଲା କୋଚ୍ ଗାଡ ବାଗ, ଟେନ୍ସା କୋଚ୍ ଦେବେନ୍ଦ୍ର ପ୍ରଧାନ, ଟିଟିଲାଗଡ କୋଚ୍ ରାଜେଶ ଛୁରା, ଦାରିଙ୍ଗିବାଡି କୋଚ୍ ଭେନସ ନାୟକ, ରାୟଗଡ କୋଚ୍ ଅର୍ଜୁନ ବୁଧାଏକ, ବଣେଇ କୋଚ୍ ବିଶ୍ୱଜିତ ବାରିକ, କେଟିଏ କୋଚ୍ ସ୍ମୃତିରଞ୍ଜନ ଲେଙ୍କା ଓ ଦିବ୍ୟା ଛଞ୍ଚାଣ, ଅର୍ଗାନାଇଜିଂ ସେକ୍ରେଟାରୀ ଅଜୟ ରାଠୋର, ଦୀପିକା ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ସସ୍ମିତା ମହାନ୍ତି, ଉପସଭାପତି ବିଜୟ ଭୂଷଣ ରଥ, ମେମ୍ବର ରୋହିତ ଦୀପଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

୧୩ଟି ଜିଲାରୁ ୪୩୦ ଜଣ ପ୍ରତିଯୋଗୀ ୩ଟି ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ । ସ୍ପାଇରିଂ ପାଇଁ କେଟିଏର ଆରୁଷ ପ୍ରଧାନ, ସମ୍ବିତ ମହାପାତ୍ର, ସୌମ୍ୟରଞ୍ଜନ ଦାସ, ଶୁଭ୍ରାଂଶୁ ଶତପଥୀ, ଅଂକିଶା ପ୍ରଧାନ, ମୌସୁମୀ ଲେଙ୍କା, ନିକିଶ କୁମାର ପାତ୍ର, ଆଶିଷ ସ୍ୱାଇଁ, ସି.ଏସ୍. ରାହୁଳ, ସାମହିର ବିଶ୍ୱାଳ, ସଂସ୍କାର ଲୋହାର, ଏସ୍. ଅଙ୍କିତ କୁମାର, ଅଫିସିଆଲ ଭାବେ ଇଭେଣ୍ଟ ପରିଚାଳନା କରିଥିଲେ । ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ସୁବ୍ରତ ତରାଇ ଓ ରାଉରକେଲା ଏସ୍ପି ଡ.ଉମାଶଙ୍କର ଦାଶ, ଆର୍ଏସ୍ପି ଜିଏମ୍ ରାମନାରାୟଣ ନାୟକ, ଦୀପିକା ବିଦ୍ୟାଳୟ ଅଧ୍ୟକ୍ଷ ତଥା କେଟିଏ ସଭାପତି ପ୍ରମୋଦ କୁମାର ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । କେଟିଏ ଛାତ୍ରଛାତ୍ରୀଙ୍କ ଦ୍ୱାରା ମ୍ୟୁଜିକାଲ ଟୁଲ୍ସ ଓ ମ୍ୟୁଜିକାଲ ଡେମୋ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

ଏହି ୧୧ତମ ତାଇକୋନ-ଡୁ ସନ୍ଧ୍ୟାର କେଟିଏ ଏକ୍ଜିକ୍ୟୁଟିଭ ସଦସ୍ୟ ଓ ଜେନେରାଲ ସେକ୍ରେଟାରୀଙ୍କ ପରାମର୍ଶକ୍ରମେ ଆସୋସିଏସନର ସର୍ବଶ୍ରେଷ୍ଠ ଉପହାର କଳିଙ୍ଗ ଆୱାର୍ଡ ୨୦୧୮ ପାଇଁ ଦୀପିକା ବିଦ୍ୟାଳୟ ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁଙ୍କୁ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ପ୍ରଦାନ କରିଥିଲେ । ପରେ ଚମ୍ପିୟନ ଦଳଙ୍କ ନାମ ଘୋଷଣା କରାଯାଇଥିଲା । କେଟିଏ ରାଉରକେଲା ୧୭୨ ପଏଣ୍ଟ ପାଇ ତାଇକୋନ-ଡୁ ଇଭେଣ୍ଟର ଦଳଗତ ଚମ୍ପିୟନ ହୋଇଥିଲା । ସେହିପରି କରାଟେରେ ୧୫୨ ପଏଣ୍ଟ ପାଇ ଦଳଗତ ଚମ୍ପିୟନ ହୋଇଥିଲା ।

କିକ୍ ବକ୍ସିଂରେ ୧୪୬ ପଏଣ୍ଟ ପାଇ ସମ୍ବଲପୁର ଦଳଗତ ଭାବେ ଚମ୍ପିୟନ ହୋଇଥିଲା । ସମସ୍ତ ଚମ୍ପିୟନ ଟ୍ରଫିକୁ ସମ୍ମାନିତ ଓ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ । କେଟିଏ ଏକ୍ଜିକ୍ୟୁଟିଭ୍ ସଦସ୍ୟ ଅଶୋକ ପ୍ରଧାନ, କୁସୁନ ଲୋହାର, ଯଶବନ୍ତ ନାୟକ, ମହେଶ୍ୱର ନାୟକ, ଏସ୍. ଶଙ୍କର ନାୟକ, ଅଜୟ କୁମାର ନାୟକ, ବିଶ୍ୱମ୍ବର ପଣ୍ଡା, ତେଜ କୁମାର ସଏ, ବୃନ୍ଦାବନ ପାତ୍ର, ଉପେନ୍ଦ୍ର ଛଞ୍ଚାଣ, ମୋହନ ବଡାଇକ, ଉପେନ୍ଦ୍ର ଛଞ୍ଚାଣ ପ୍ରମୁଖ ଚମ୍ପିୟନସିପ୍କୁ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିବାରୁ ଆସୋସିଏସନ ସଚ୍ଚିଦାନନ୍ଦ ବିଶ୍ୱାଳ ଧନ୍ୟବାଦ ଦେବା ସହ ଶୁଭେଚ୍ଛା ଜଣାଇଥିଲେ ।

By amfnews

Related Post