Sun. Apr 13th, 2025

୧୧ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ରାଜସ୍ୱ ବିଭାଗର କାର୍ଯ୍ୟାନୁଷ୍ଠାନ

By amfnews Oct 26, 2019 #Featured
159 Views

ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ପୁଣି ପଡ଼ିଲା ଚଡ଼କ । ୧୧ଜଣ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରାଜସ୍ୱ ବିଭାଗ । ସବୁଠାରୁ ବଡକଥା ହେଉଛି ଦୁଇଜଣ ଓଏଏସ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ରାଜ୍ୟ ସରକାର । ସୂଚନା ଅନୁସାରେ, ପୂର୍ବତନ ଲୋଇସିଂହା ତହସିଲଦାର ବିଜୟିନୀ ବିଶ୍ୱାଳ ଏବଂ କୋମନା ବ୍ଲକର ପୂର୍ବତନ ବିଡିଓ ପ୍ରଦୀପ କୁମାର ବେହେରାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।  ବିଜୟିନୀ ବିଶ୍ୱାଳଙ୍କ ବିରୋଧରେ ସମ୍ବଲପୁର ଭିଜିଲାନ୍ସରେ ମାମଲା ଥିଲା ବେଳେ ସେହିପରି ପ୍ରଦୀପଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସରେ ମାମଲା ରହିଛି ।

ଏଥିସହ ୯ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପେନସନ ବନ୍ଦ କରିବାକୁ ନିଷ୍ପତ୍ତି  କରିଛି ରାଜସ୍ୱ ବିଭାଗ । ପୂର୍ବରୁ ମଧ୍ୟ ୩ ଜଣ ଅଧିକାରୀଙ୍କୁ ଚାକିରିରୁ ବିଦା କରିଥିଲେ ସରକାର । ଅଭ୍ୟାସଗତ ଦୁର୍ନୀତି ଖୋର ଅଧିକାରୀ ଦର୍ଶାଇ ଡିଏଫଓ ସୁଧାଂଶୁ ମିଶ୍ର ଏବଂ ପୂର୍ତ ବିଭାଗ ଦୁଇ ଯନ୍ତ୍ରୀ ପ୍ରାଣକୃଷ୍ଣ ପ୍ରସାଦ ଓ ଉମେଶ ଚନ୍ଦ୍ର ତ୍ରିପାଠୀଙ୍କୁ ଜବରଦସ୍ତ ଚାକିରିରୁ ଅବସର ଦିଆଯାଇଥିଲା ।

ଏହା ପୂର୍ବରୁ ଗତ ୪ ତାରିଖରେ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ରାଜ୍ୟ ସରକାର । ଅକ୍ଟୋବର ୨ରୁ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରି ଶାସନକୁ ଲୋକାଭିମୁଖୀ କରିବାକୁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର । ଏପଟେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଅଧିକାରୀଙ୍କୁ ତାଗିଦ କରାଯାଉଛି ।

By amfnews

Related Post