Sat. Jan 11th, 2025

୧୦ନମ୍ବର ୱାର୍ଡରୁ ବହୁ ସଂଖ୍ୟାରେ କର୍ମୀମାନେ ଆମ୍ ଆଦ୍ମୀ ପାର୍ଟିରେ ସାମିଲ

By amfnews Oct 27, 2018 #Featured
109 Views

ରାଉରକେଲା, ୨୭ା୧୦  : ଆମ୍ ଆଦମୀ ପାର୍ଟି ତରଫରୁ ସମସ୍ତ ବସ୍ତିବାସୀଙ୍କୁ ପକ୍କାଘର ପ୍ରଦାନ କରିବା ପାଇଁ ଦାବୀ କରାଯିବା ପରେ ଗତ ଜୁଲାଇ ୧୮ ତାରିଖ ଦିନ ରାଉରକେଲାର ସମସ୍ତ ବସ୍ତିବାସୀନ୍ଦାଙ୍କୁ ଭୁମି ଅଧିକାର ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ତରଫରୁ ବିଭିନ୍ନ ଖବରକାଗଜଗୁଡ଼ିକ ମାଧ୍ୟମରୁ ଘୋଷଣା କରାଯାଇ ଅଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ବସ୍ତିବାସୀକୁ ପଟ୍ଟା-ପର୍ଚ୍ଚା ପ୍ରଦାନ କରା ଯାଇ ନାହିଁ ।

ତେଣୁ ଆମ୍ ଆଦମୀ ପାର୍ଟି ତରଫରୁ ସମସ୍ତ ବସ୍ତିବାସିନ୍ଦାଙ୍କୁ ପଟ୍ଟା-ପର୍ଚା ଜମି ପ୍ରଦାନ କରାଇବା, ସମସ୍ତ ଯୁବକଙ୍କୁ ରୋଜଗାର ପ୍ରଦାନ, ଦିଲ୍ଲୀ ଭଳି ଓଡ଼ିଶାରେ ବୁଜୁଳି ଦର ଅଧା, ରାଉରକେଲା ସରକାରୀ ଚିକିତ୍ସାଳୟରେ ସମସ୍ତ ପ୍ରକାର ଔଷଧ ଉପଲବ୍ଧ, ରାଉରକେଲା ସରକାରୀ ଚିକିତ୍ସାଳୟକୁ ପ୍ରାଇଭେଟ ଚିକିତ୍ସାଳୟମାନଙ୍କଠାରୁ ଉନ୍ନତମାନର କରିବା, ସରକାରୀ ବିଦ୍ୟାଳୟଗୁଡ଼ିକୁ ପ୍ରାଇଭଟ ସ୍କୁଲମାନଙ୍କଠାରୁ ଉନ୍ନତମାନର କରିବା, ଶ୍ରମିକଙ୍କର ସର୍ବନିମ୍ନ ଦୈନିକ ମଜୁରି ଟଙ୍କା ୫୧୩/-, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ମାସିକ ୨୫ ହଜାର ଟଙ୍କା କରିବା, ଇତ୍ୟାଦି ଉଦ୍ଦେଶ୍ୟରେ ରାଉରକେଲାର ସମସ୍ତ ୱାର୍ଡଗୁଡ଼ିକରେ ଜନସମ୍ପର୍କ ଅଭିଯାନ ଆରମ୍ଭ କରା ଯାଇ ଅଛି ।

ଏହି ପରିପ୍ରେକ୍ଷିରେ ପାର୍ଟିର ରଘୁନାଥପାଲି ବିଧାନସଭା ଆବାହକ ନବୀନ ବାଙ୍କରାଙ୍କ ନେତୃତ୍ୱରେ ଗତ କାଲି ୧୦ ନମ୍ବର ୱାର୍ଡରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାଲଗୋଦାମ ଅଂଚଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରା ଯାଇ ଥିଲା ଏବଂ ପିଙ୍କୀ ଦେବୀଙ୍କ ନେତୃତ୍ୱରେ ନିଲୁ, ରାମ କୃଷ୍ଣା ଯାଦବ, ବେବି ଖାତୁନ ଓ ରୋଷନ ଆରାଙ୍କ ସହିତ ବହୁ ସଂଖ୍ୟାରେ କର୍ମୀମାନେ ଆମ୍ ଆଦମୀ ପାର୍ଟିରେ ସାମିଲ ହୋଇଥିଲେ । ପାର୍ଟିର ରାଜ୍ୟ ସମ୍ପାଦକ ବିନୟ ତିୱାରୀ ସମସ୍ତ ବସ୍ତିବାସୀଙ୍କୁ ପଟ୍ଟା-ପର୍ଚ୍ଚା ପ୍ରଦାନ ପାଇଁ ପାର୍ଟି ତରଫରୁ ଚାଲୁ ରହିଥିବା ଅଭିଯାନ ବିଷୟରେ ଅବଗତ କରାଇ ସମସ୍ତଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଜଣାଇଥିଲେ ଏବଂ ପାର୍ଟିରେ ନୁତନ ଭାବରେ ସାମିଲ ହୋଇଥିବା ସମସ୍ତ କର୍ମକର୍ତାମାନଙ୍କୁ ସ୍ୱାଗତ କରିଥିଲେ ।

By amfnews

Related Post