Fri. Dec 27th, 2024

୧୦ଟି ରାଜ୍ୟରେ କରୋନା ଭାଇରସ୍ ଅନିୟନ୍ତ୍ରିତ, ମହାରାଷ୍ଟ୍ର-ଛତିଶଗଡ଼ରେ ସ୍ଥିତି ଉଦ୍‌ବେଗଜନକ

By amfnews Apr 14, 2021 #Featured
109 Views

ନୂଆଦିଲ୍ଲୀ, ଏପ୍ରିଲ ୧୪ : ଭାରତରେ କରୋନା ଭାଇରସ ମହାମାରୀରେ ପୀଡ଼ିତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ମଙ୍ଗଳବାର ଦେଶରେ ୧ ଲକ୍ଷ ୬୧ ହଜାର ଲୋକ ସଂକ୍ରମିତ ହୋଇଛନ୍ତି । କରୋନା ସଂକ୍ରମଣ ମାଡ଼ି ଚାଲିଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ମଙ୍ଗଳବାର ୧୦ ରାଜ୍ୟର ଏକ ତାଲିକା ପ୍ରସ୍ତୁତ କରିଛି । 

ଦେଶରେ ଗୋଟିଏ ଦିନରେ କୋଭିଡ-୧୯ ସଂକ୍ରମଣ ଚିହ୍ନଟ ହୋଇଥିବା ଲୋକଙ୍କ ମଧ୍ୟରେ କେବଳ ୧୦ଟି ରାଜ୍ୟରେ ୮୦.୮ ପ୍ରତିଶତ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ, ମହାରାଷ୍ଟ୍ର, ଛତିଶଗଡ଼, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡୁ, ମଧ୍ୟ ପ୍ରଦେଶ, ଗୁଜରାଟ, ରାଜସ୍ଥାନ ଓ କେରଳରେ ସଂକ୍ରମଣ ଅଧିକ ସକ୍ରିୟ । ଏହି ରାଜ୍ୟଗୁଡ଼ିକରେ କରୋନାର ସ୍ଥିତି ଉଦବେଗଜନକ । 

ମହାରାଷ୍ଟ୍ରରେ ମଙ୍ଗଳବାର ୬୦ ହଜାର ୨୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୮୧ ଜଣ ଲୋକଙ୍କର ପ୍ରାଣହାନୀ ଘଟିଛି । ୩୫ ଲକ୍ଷ ୧୯ ହଜାର ୨୦୮ ଜଣ ମୋଟ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏପ୍ରିଲ ୧୪ରୁ ୧୫ ଦିନ ଲାଗି କର୍ଫ୍ୟୁ ଘୋଷଣା କରିଛନ୍ତି । ଛତିଶଗଡ଼ରେ ୨୪ ଘଣ୍ଟା ମଧ୍ୟରେ ୧୫ ହଜାର ୧୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭୧ ହଜାର ୯୯୪କୁ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ୫ ହଜାର ୧୮୭ ଜଣଙ୍କର ମୃତ୍ୟୁ ହୋଇଛି । 

By amfnews

Related Post