Wed. Mar 11th, 2026

୧.୮୯ ଲକ୍ଷ ଟଙ୍କା ଓ ସ୍କୁଟି ନେଇ ଛୁ ମାରିଲେ ଲୁଟେରା

190 Views

ବାଲୁଗାଁ : ମାଉଜର ଦେଖାଇ ଏକ ଘରୋଇ ଫାଇନାନ୍ସ କମ୍ପାନୀର ଜଣେ ମହିଳା କର୍ମଚାରୀଙ୍କଠୁ ୧ଲକ୍ଷ ୮୯ହଜାର ୮ଶହ ଆଠ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଏହା ସହିତ ତାଙ୍କ ସ୍କୁଟି ବି ନେଇ ଯାଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା କର୍ମଚାରୀଙ୍କ ନାଁ ବବିତା ପାତ୍ର। ଏ ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା କୁମାରଙ୍ଗ ରୋଡ୍ ବଡ଼ଶଙ୍ଖ ନିକଟରେ।

ସୂଚନା ଅନୁଯାୟୀ, ଆଜି ବବିତା ଟଙ୍କା କଲେକ୍‌ସନ୍‌ କରି ଏକ ସ୍କୁଟିରେ ବାଲୁଗାଁ ଫେରୁଥିଲେ। ଏହି ସମୟରେ ତିନି ଜଣ ଦୁର୍ବୃତ୍ତ ନୀଳ ରଙ୍ଗର ପଲସରରେ ଆସି ତାଙ୍କୁ ଅଟକାଇ ଥିଲେ। ସେମାନେ ବବିତାଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିଲେ। ଏହାପରେ ସେମାନେ ମାଉଜର ଦେଖାଇ ତାଙ୍କ ପାଖରୁ ଟଙ୍କା ଓ ସ୍କୁଟି ନେଇ ଚମ୍ପଟ ମାରିଥିଲେ। ଏନେଇ ବବିତା ବାଣପୁର ଥାନା ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

By amfnews

Related Post