187 Views
ନୂଆଦିଲ୍ଲୀ, ଡିସେମ୍ବର ୧୧: ୟୁପିର ମୋରୁ ଜିଲ୍ଲାରେ ସୋମବାର ବିଳମ୍ବତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଚାରିଜଣଙ୍କର ମୃତ୍ୟୁ ହୋଇଛି । ତିନିଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ, ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି । ମୋରୁ ଜିଲ୍ଲାର ହଳଧରପୁର ଥାନାରେ ନିକଟବର୍ତୀ ପହସା ଗାଁ ନିକଟରେ ସୋମବାର ବିଳମ୍ବତ ରାତିରେ ଦୃତ ଗତିରେ ଆସୁଥିବା ଏକ କାର ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି ।
ଏହି ଦୁର୍ଘଟଣାରେ କାରରେ ଯାତ୍ରା କରୁଥିବା ଚାରିଜଣ ଡିସିଏସକେ ବିଶ୍ୱବିଦ୍ୟାଳୟର ଛାତ୍ର ଥିବା ବେଳେ, ଏଥିରେ ଜଣେ ଛାତ୍ରନେତା ମଧ୍ୟ ଥିଲେ । ଦୁର୍ଘଟଣାର ସୂଚନା ମିଳିବା ପରେ ମୃତକଙ୍କ ଗାଁରେ ଶୋକର ଛାୟା ଖେଳି ଯାଇଛି । ଏଥିର ରବିକାନ୍ତ ଯାଦବ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢୁଥିଲେ ।
ଏକା ସହିତ ଚାରିଚାରି ଜଣଙ୍କ ମୃତ ଦେହ ଦେଖି ଗାଁ ଲୋକଙ୍କ ସହିତ ପୋଲିସ ମଧ୍ୟ ତାଜୁବ ହୋଇଯାଇଥିଲା । ଏହି ଦୁର୍ଘଟଣାର ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ସମସ୍ତଙ୍କୁ ହସ୍ପିଟାଲ ନେଇଥିଲା ସେଠାରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣଙ୍କର ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି । ପୋଲିସ ଘଟଣାର ତଦନ୍ତ କରୁଛି । ଏହି ଚାରିଜଣ ଏକ ବିବାହ ଊତ୍ସବରେ ଯୋଗ ଦେଇ ଫେରୁଥିଲେ ।