Sat. Mar 7th, 2026

ୟୁନେସ୍କୋ ବୈଠକରେ କରୋନାଭାଇରସର ଉତ୍ପତ୍ତି ଉପରେ ଗୁରତ୍ବ ଦେଲା ଆମେରିକା

291 Views

ନୂଆଦିଲ୍ଲୀ : ବିଳମ୍ବିତ ଗୁରୁବାରେ ଜାତିସଂଘ ନିରାପତ୍ତା ପରିଷଦର କରୋନାଭାଇରସ ମହାମାରି ସଂକ୍ରାନ୍ତରେ ଏକ ଭିଡିଓ କନଫରେନସିଙ୍ଗ୍ ‌ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଭୂତାଣୁର ବିଜ୍ଞାନଭିତ୍ତିକ ତଥ୍ୟ ସଂଗ୍ରହ, ଏହାର ଉତ୍ପତ୍ତି ଅନୁଶୀଳନ, ବୈଶିଷ୍ଟ୍ୟ ଏବଂ ବିସ୍ତାର ସଂକ୍ରାନ୍ତରେ କାମ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା ଆହ୍ବାନ ଦେଇଛି।

ନିରାପତ୍ତା ପରିଷଦର ଏହି ପ୍ରଥମ ରୁଦ୍ଧଦ୍ବାର ବୈଠକରେ ରାଷ୍ଟ୍ରଦୂତ କେଲି କ୍ରାଫଟ୍ କହିଲେ ଯେ ଉପରୋକ୍ତ ପଦ୍ଧତ୍ତିଗୁଡ଼ିକ କେଡ଼େ ଗୁରୁତ୍ବପୂର୍ଣ୍ଣ ଆମେ ସେସବୁ ଉପରେ ଯଥେଷ୍ଟ ଗରୁତ୍ବ ଦେଉନାହୁଁ।

ଏ ପର୍ଯ୍ୟନ୍ତ ସମଗ୍ର ବିଶ୍ବର ୨୦୦ରୁ ଊର୍ଦ୍ଧ୍ବ ଦେଶରେ ୧.୫ ନିୟୁତ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରି ୯୦ ହଜାର ଲୋକଙ୍କର ପ୍ରାଣ ନାଶକରି କରିଥିବା ଏହି ମହାମାରୀ ବିଷୟରେ ଜାତିସଂଘ ନିରାପତ୍ତା ପରିଷଦର ଏଇଟା ଥିଲା ପ୍ରଥମ ବୈଠକ। ନିର୍ବାଚିତ ସଦସ୍ୟଙ୍କ ମଧ୍ୟରୁ ୯ଜଣଙ୍କ ଅନୁରୋଧ କ୍ରମେ ଗରୁବାର ଦିନ ନିରାପତ୍ତା ପରିଷଦ୍ ଏହି ବୈଠକ ଡକାଇଥିଲା।

ଏହି ଭୂତାଣୁର ଉତ୍ପତ୍ତି ସଂକ୍ରାନ୍ତରେ ରାଷ୍ଟ୍ରଦୂତ କେଲି କ୍ରାଫ୍ଟଙ୍କର ବକ୍ତବ୍ୟ ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନର ମନ୍ତବ୍ୟ ସହ ମେଳ ଖାଉଛି। ରାଷ୍ଟ୍ରପତି ଟ୍ରମ୍ପ୍ ଏବଂ ତାଙ୍କ ପ୍ରଶାସନ ବାରମ୍ବାର କହି ଆସୁଛନ୍ତି ଯେ ଚୀନ୍ ସହର ଊହାନରେ ସୃଷ୍ଟ ଏହି ‘ଚାଇନିଜ୍ ଭାଇରସ୍’ ପ୍ରସଙ୍ଗରେ ବେଜିଙ୍ଗ୍ ତୁରନ୍ତ ସମଗ୍ର ବିଶ୍ବକୁ ସାବଧାନ କରାଇବାର ଥିଲା।

କରୋନାଭାରସ୍ ସଂକ୍ରାନ୍ତରେ ଜାତିସଂଘ ନିରାପତ୍ତା ପରିଷଦରେ ହେବାକୁ ଥିବା ଆଲୋଚନାକୁ ଚୀନ୍ ମାର୍ଚ ମାସ ସାରା ବନ୍ଦ ରଖିଥିଲା। ଚୀନ୍ ଯୁକ୍ତି ବାଢ଼ିଥିଲା କି, ଏହି ଆଲୋଚନା ନିରାପତ୍ତା ପରିଷଦର ପରିସରଭୁକ୍ତ ନୁହେଁ।

ଗତକାଲିର ବୈଠକରେ ଜାତିସଂଘ ନିରାପତ୍ତା ପରିଷଦର ମହାସଚିବ ଆଣ୍ଟୋନିଓ ଗଟେରସ୍ କହିଲେ ଯେ ଅନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ବଜାୟ ରଖିବାରେ ଏହି ମହାମାରୀ ବଡ଼ ଅନ୍ତରାୟ ସାଜିଛି। ଏହା ସାମାଜିକ ଅସ୍ଥିରତା ଓ ହିଂସା ସୃଷ୍ଟି କରିବାର ଆଶଙ୍କା ରହିଛି। ଏହା ଫ‌ଳରେ ଏହି ରୋଗ ସହ ଲଢ଼ିବା ନିମନ୍ତେ ଆମର ସାମର୍ଥ୍ୟ ବହୁମାତ୍ରାରେ ଅବଦମିତ ହୋଇଯିବ।

By amfnews

Related Post