Sat. Nov 23rd, 2024

ୟୁଜିସି ଅନ୍ତିମ ବର୍ଷର ପରୀକ୍ଷା ହେବ ନାଁ ନାହିଁ? ସୁପ୍ରିମ କୋର୍ଟଙ୍କ ଶୁଣାଣି ଆଜି

By amfnews Aug 28, 2020 #Featured
191 Views

ନୂଆଦିଲ୍ଲୀ, ଅଗଷ୍ଟ ୨୮ : ସୁପ୍ରିମ କୋର୍ଟ ଆଗାମୀ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅନ୍ତିମ ବର୍ଷର ପରୀକ୍ଷା ଆୟୋଜିତ କରିବା ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ଉପରେ ଆଜି ଶୁଣାଣି କରିବେ । ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ସୁଭାଷ ରେଡ୍ଡୀ ଓ ଜଷ୍ଟିସ ଏମ ଆର ଶାହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ପୀଠ ଅଗଷ୍ଟ ୧୮ରେ ରାୟ ସୁରକ୍ଷିତ ରଖି ସମସ୍ତ ପକ୍ଷଙ୍କୁ ତିନି ଦିନ ମଧ୍ୟରେ ଲିଖିତ ଭାବେ ନିଜର ଅନ୍ତିମ ଦଲିଲ ଦାଖଲ କରିବାକୁ କହିଥିଲେ ।

ୟୁଜିସି ଜୁଲାଇ ୬ରେ ଦେଶବ୍ୟାପୀ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ଅନ୍ତିମ ବର୍ଷର ପରୀକ୍ଷା ଫଳ ୨୦୨୦ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବାଧ୍ୟତାମୂଳକ ଭାବେ ପୂରା କରିବା ସଂପର୍କିତ ଏକ ସକ୍ୟୁଲାର ଜାରି କରିଥିଲା । ମାତ୍ର କରୋନା ଭାଇରସ ମହାମାରୀ ମଧ୍ୟରେ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତିକୁ ବିରୋଧ କରାଯାଉଛି ।

ୟୁଜିସିଙ୍କ ଏହି ପଦକ୍ଷେପକୁ ନେଇ ଦେଶବ୍ୟାପୀ ଭିନ୍ନ ଭିନ୍ନ ସଂସ୍ଥାର ଅନେକ ଛାତ୍ର ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ, ଯେଉଁଥିରେ କି ଅନ୍ତିମ ବର୍ଷର ପରୀକ୍ଷା ବାତିଲ କରାଯିବାକୁ ଦାବି ହୋଇଛି । କିନ୍ତୁ ସୁପ୍ରିମକୋର୍ଟ ପରୀକ୍ଷା ବାତିଲ କରିବା ସଂପର୍କିତ ଆବେଦନକୁ ଖାରଜ କରି ଦେଇଛନ୍ତି । ଅନ୍ତିମ ବର୍ଷର ପରୀକ୍ଷାକୁ ନେଇ ୟୁଜିସିର ଗାଇଡଲାଇନ ଜାରି ହେବା ପରେ ପରୀକ୍ଷା କରାଯିବାକୁ ନେଇ କ୍ରମାଗତ ଭାବେ ବିରୋଧ ହେଉଛି । କଂଗ୍ରେସ ନେତୃତ୍ୱରେ ସମସ୍ତ ବିରୋଧୀ ଦଳ ଏହି ପ୍ରସଙ୍ଗରେ ଘେରି ରହିଛନ୍ତି । ତେବେ ସୁପ୍ରିମ କୋର୍ଟଙ୍କ ରାୟ ଆସିବା ପରେ ଜଣାପଡ଼ିବ ଯେ, ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷର ପରୀକ୍ଷା ହେବ ନା ନାହିଁ ।

By amfnews

Related Post