Sat. May 17th, 2025

ୟୁକ୍ରେନ୍‌ ନେତାଙ୍କୁ ଫୋନ୍‌ କରିଥିବା ଅଭିଯୋଗରେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ବହିଷ୍କାର ତଦନ୍ତ ଆରମ୍ଭ କଲା ଆମେରିକୀୟ ସଦନ

By amfnews Sep 25, 2019 #Featured
218 Views

ଓ୍ଵାସିଂଟନ୍‌ :  ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନରେ ଡେମୋକ୍ରାଟିକ୍‌ ପାର୍ଟିର ପ୍ରତିଦ୍ୱନ୍ଦ୍ୱୀଙ୍କୁ ବଦନାମ କରାଇବାକୁ ରାଷ୍ଟ୍ରପତି ଟ୍ରମ୍ପ୍‌ ବୈଦେଶିକ ସାହାଯ୍ୟ ଲୋଡ଼ିଥିବା ଅଭିଯୋଗ ସଂକ୍ରାନ୍ତରେ ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ର ଡେମୋକ୍ରାଟ୍‌ସ୍‌ମାନେ ବିଧିବଦ୍ଧ ବହିଷ୍କାର ତଦନ୍ତ ଆରମ୍ଭ କରିଛନ୍ତି।

ଡେମୋକ୍ରାଟିକ୍‌ ସାଂସଦମାନଙ୍କ ସହ ଏକ କବାଟକିଳା ବୈଠକ ପରେ ଗୃହର ବାଚସ୍ପତି ନାନ୍‌ସି ପିଲୋସି ତଦନ୍ତ କଥା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ କାର୍ଯ୍ୟ ଜାତୀୟ ନିରାପତ୍ତାକୁ ବିପଦମୁଖୀ କରିଛି ଏବଂ ଏହା ଯୁକ୍ତରାଷ୍ଟ୍ର ଆମେରିକାର ସମ୍ବିଧାନର ବିରୁଦ୍ଧାଚରଣ କରୁଛି। ଦୀର୍ଘ ଦୁଇ ମାସ ହେବ ବହିଷ୍କାର ଉଦ୍ୟମ ପାଇଁ କୁଣ୍ଠିତା ପିଲୋସି କହିଛନ୍ତି ଯେ ଏଥିପାଇଁ ରାଷ୍ଟ୍ରପତି ଦାୟୀ ରହିବା କଥା। ଆଇନର ଊର୍ଦ୍ଧ୍ୱରେ କେହି ନୁହନ୍ତି।

ଏହି ତଦନ୍ତକୁ ‘ଡାହାଣୀ ଖୋଜା ଅଳିଆ’ ବୋଲି କହି ଟୁଇଟର୍‌ରେ ସମାଲୋଚନା କରିଛନ୍ତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌। ଜୁଲାଇ ୨୫ ତାରିଖରେ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେଙ୍କିଙ୍କୁ ଫୋନ୍‌ କରିଥିଲେ। ମଙ୍ଗଳବାର ଦିନ ତାଙ୍କ ଫୋନ୍‌ କଲ୍‌ର ଗୋଟାଏ ମୁଦ୍ରିତ ତାଲିକା ପ୍ରକାଶ କରିବେ ବୋଲି ଟ୍ରମ୍ପ୍‌ ପ୍ରତିଶ୍ରୁତି ଦେଇଥିଲେ।

ପିଲୋସି କହିଛନ୍ତି ସମ୍ପ୍ରତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଉପରେ ତଦନ୍ତ କରୁଥିବା ଛଅଟି କଂଗ୍ରେସିଆଲ୍‌ କମିଟି ସେମାନଙ୍କର ତଦନ୍ତ ଜାରି ରଖିବେ। ସେ ପ୍ୟାନେଲ୍‌ଗୁଡ଼ିକ ମିଳିତ ଭାବେ କାମ କରିବେ ଏବଂ ଏହି ବହିଷ୍କାରର ଲେଖାଗୁଡ଼ିକ ହାଉସ୍‌ ଜୁଡିସିଆରି କମିଟି ଡ୍ରାଫ୍‌ଟ୍‌ କରିବ କି, ନାହିଁ ତାହା ସ୍ଥିର କରିବେ।

By amfnews

Related Post