Wed. Nov 20th, 2024

ୟୁଏସ ଓପନରୁ ବାହାରିଲେ ବିଶ୍ୱର ୧ ନମ୍ବର ଟେନିସ ଖେଳାଳି ନୋଭାକ ଜୋକୋଭିକ

By amfnews Sep 7, 2020 #Featured
134 Views

ନ୍ୟୁୟର୍କ, ସେପ୍ଟେମ୍ବର ୦୭  : ବିଶ୍ୱର ୧ ନମ୍ବର ଟେନିସ ଖେଳାଳି ନୋଭାକ ଜୋକୋଭିକ ୟୁଏସ ଓପନରୁ ଅପ୍ରତ୍ୟାଶିତ ରୂପେ ବାହାର ହୋଇଯାଇଛନ୍ତି । ଜଣେ ମହିଳା ଅଧିକାରୀଙ୍କୁ ବଲରେ ହିଟ କରିବା ପରେ ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ବାହାର କରି ଦିଆଯାଇଛି । ରବିବାର ସର୍ବିଆର ଜୋକେଭିକ ଓ ସ୍ପେନର ପାବଲୋ କରେନୋ ବୁସ୍ତା ମଧ୍ୟରେ ଶେଷ-୧୬ (ପ୍ରି କ୍ୱାର୍ଟସ ଫାଇନାଲ) ମ୍ୟାଚ ଖେଳାଯାଉଥିଲା । ଜୋକୋଭିକ ମ୍ୟାଚର ପ୍ରଥମ ସେଟରେ ୫-୬ରେ ପଛୁଆ ଥିଲେ । ଏହି ସମୟରେ ସେ ଏକ ସର୍ଟ ଖେଳିଥିଲେ, ଯାହାକି ମହିଳା ଅଧିକାରୀଙ୍କ ଦେହରେ ବାଜିଥିଲା । ମହିଳା ଅଧିକାରୀ ଜଣକ ପଡ଼ିଯାଇଥିଲେ ।

ମାତ୍ର ଜୋକୋଭିକ ନିଜର ଭୁଲ ମନେକରି ମହିଳା ଅଧିକାରୀଙ୍କ ନିକଟକୁ ହାଲଚାଲ ଜାଣିବା ପାଇଁ ଦୌଡ଼ିଥିଲେ । କୁହାଯାଉଛି ଯେ, ଶ୍ୱାସକ୍ରିୟା ଜନିତ ଅସୁବିଧା ଯୋଗୁଁ ମହିଳା ଜଣକ ସେଠାରୁ କିଛି ସମୟ ପରେ ଉଠି ସେଠାରୁ ଯାଇଥିଲେ । ପୂରା ଘଟଣା ସଂପର୍କରେ ମ୍ୟାଚ ରେଫରି ୧୦ ମିନିଟ ଆଲୋଚନା କରିବା ପରେ ଜୋକୋଭିକଙ୍କ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କୁ ବିଜୟୀ ଘୋଷଣା କରାଗଲା । ଫଳରେ ଜୋକୋଭିକ କୋର୍ଟରୁ ବାହାରି ଯାଇଥିଲେ ।

ଗ୍ରାଣ୍ଡ ସ୍ଲାମରେ ଅଯୋଗ୍ୟ ବିବେଚିତ ହେବାର ଜୋକୋଭିକ ହେଉଛନ୍ତି ବିଶ୍ୱର ୩ୟ ଖେଳାଳି । ଏହା ପୂର୍ବରୁ ୧୯୯୦ରେ ମ୍ୟାକେନରୋ ଅଷ୍ଟ୍ରେଲିଆ ଓପନରୁ ଏବଂ ୨୦୦୦ ମସିହାରେ ଷ୍ଟଫାନ କୋକେକ ଫ୍ରାଂଚ ଓପନରୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ରୋଜର ଫେଡରର ଓ ରାଫେଲ ନଡାଲ ଖେଳୁ ନାହାନ୍ତି । ଫଳରେ ତାଙ୍କର ଅନୁପସ୍ଥିତିରେ ଜୋକେଭିକ ଟାଇଟଲର ଆଶାୟୀ ପ୍ରତିନ୍ଦ୍ୱନ୍ଦ୍ୱୀ ଥିଲେ ।

By amfnews

Related Post