101 Views
ନୂଆଦିଲ୍ଲୀ, ଅଗଷ୍ଟ ୦୮ : ସଂଯୁକ୍ତ ସୁରକ୍ଷା ପରିଷଦରେ ଭାରତ ପଡୋଶୀ ରାଷ୍ଟ୍ର ପାକିସ୍ତାନର ନାମ ନେଇ ଟାର୍ଗେଟ କରିଛି ଏବଂ ବିଶ୍ୱ ଆଗରେ ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନ ଚଳାଇବାକୁ ଅପିଲ କରିଛି । ଭାରତ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ କହିଛି ଯେ, ୧୯୯୩ ମୁମ୍ବାଇ ବିସ୍ଫୋରଣ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦାଉଦ ଇବ୍ରାହୀମ ଏବଂ ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ଘୋଷିତ ଅନ୍ୟ ଆତଙ୍କବାଦୀ ପଡ଼ୋଶୀ ମାଟିରେ ଚଳପ୍ରଚଳ ହେଉଛନ୍ତି । ଏଥି ସହିତ ପଳାତକ କୁଖ୍ୟାତ ଅପରାଧୀ ଏବଂ ଲସ୍କର ଏ ତଇବା ତଥା ଜୈଶ ଏ ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନ ଦ୍ୱାରା ଉତ୍ପନ୍ନ ହେଉଥିବା ବିପଦକୁ ହ୍ରାସ କରିବାକୁ ଅନ୍ତର୍ଜାତୀୟ ଉଦ୍ୟମ ଆବଶ୍ୟକ ବୋଲି କହିଛି ।
ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଆତଙ୍କବାଦ ଏବଂ ସଂଗଠିତ ଅପରାଧ ମଧ୍ୟରେ ସଂପର୍କିତ ପ୍ରସଙ୍ଗର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଭାରତ ନିଜର ବୟାନରେ କହିଛି ଯେ, ଭାରତ ସୀମା ଆରପଟରୁ ପ୍ରାୟୋଜିତ ଆତଙ୍କବାଦ ଗତିବିଧିରେ ପୀଡ଼ିତ ।