Fri. Mar 6th, 2026

ହ୍ୱିପ୍ ଜାରି ପରେ ବି ଗୃହରେ ଅନୁପସ୍ଥିତ ଥିଲେ ସାଂସଦ ରଞ୍ଜୀବ ବିଶ୍ୱାଳ

161 Views

ନୂଆଦିଲ୍ଲୀ  : ରାଜ୍ୟସଭାରେ ବହୁ ପ୍ରତିକ୍ଷୀତ ଟ୍ରିପଲ ତଲାକ୍ ବିଲ୍ ପାସ୍ ବେଳେ ଗୃହରେ କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗତକାଲି ଟ୍ରିପଲ ତଲାକ୍ ବିଲ୍ ଉପରେ ଆଲୋଚନା ବେଳେ ଗୃହରେ଼ ଉପସ୍ଥିତ ରହିବାକୁ କଂଗ୍ରେସ ପକ୍ଷରୁ ସମସ୍ତ ସାଂସଦଙ୍କୁ ହ୍ୱିପ୍ ଜାରି କରାଯାଇଥିଲା।

ଏହାସତ୍ତ୍ୱେ ରଞ୍ଜୀବ ବିଶ୍ୱାଳଙ୍କ ସମେତ ୫ କଂଗ୍ରେସ ସାଂସଦ ଭୋଟିଂ ବେଳେ ଗୃହରେ ଅନୁପସ୍ଥିତ ଥିଲେ। ରଞ୍ଜୀବଙ୍କ ବ୍ୟତୀତ ବିବେକ ଟଙ୍ଖା, ପ୍ରତାପ ସିଂ ବାଜୱା ଓ ମୁକୁଟ ମିଠି ପ୍ରମୁଖ ଗୃହରେ ଅନୁପସ୍ଥିତ ଥିଲେ। ଏହାପୂର୍ବରୁ କଂଗ୍ରେସ ସାଂସଦ ସଞ୍ଜୟ ସିଂ ଦଳରୁ ଇସ୍ତଫା ଦେଇଥିଲେ। ହ୍ୱିପ୍ ସତ୍ତ୍ୱେ ରଞ୍ଜୀବ ବିଶ୍ୱାଳ କାହିଁକି ଗୃହରେ ଅନୁପସ୍ଥିତ ରହିଲେ, ତାକୁ ନେଇ ପ୍ରଶ୍ନ ଉଠିଛି। ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ ନିମନ୍ତେ ଭୋଟିଂ ଚାଲିଥିବା ବେଳେ ସମାଜବାଦୀ ପାର୍ଟିର ୫ ଜଣ ସଦସ୍ୟ, ଏନ୍‌ସିପିର ଶରଦ ପାୱାର ଓ ପ୍ରଫୁଲ୍ଲ ପଟେଲଙ୍କୁ ମିଶାଇ ମୋଟ ୨୦ଜଣ ବିରୋଧୀ ସାଂସଦ ଗୃହରେ  ଅନୁପସ୍ଥିତ ଥିଲେ। ଫଳରେ ଟ୍ରିପଲ ତଲାକ୍ ବିଲ୍ ସହଜରେ ପାରିତ ହୋଇଥିଲା। ବିଲ୍ ସପକ୍ଷରେ ୯୯, ବିପକ୍ଷରେ ୮୪ ସଦସ୍ୟଙ୍କ ଭୋଟ୍ ମିଳିଥିଲା।

By amfnews

Related Post