Tue. Nov 26th, 2024

ହୋଟେଲ୍ ମାଲିକଙ୍କୁ ମରଣାନ୍ତକ ଆକ୍ରମଣ

By amfnews Dec 2, 2018 #Featured
179 Views

ରାଉରକେଲା, ୨ା୧୨  : ପ୍ଲାଣ୍ଟ୍ ସାଇଟ୍ ଥାନା ଜିଟି ଲାଇନ୍ ଅଞ୍ଚଳରେ ଥିବା ହୋଟେଲ ସୁରିଆ ମାଲିକଙ୍କୁ ଦୁର୍ବୃତ୍ତମାନେ ହୋଟେଲ୍ ଭିତରୁ ଟାଣିଆଣି ମରଣାନ୍ତକ ଆକ୍ରମଣ କରିଛନ୍ତି । ଏନେଇ ହୋଟେଲ ମାଲିକ ଅନୀଲ ମିତ୍ତଲ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ, ଅନୀଲ ହୋଟେଲ୍ରେ ବସିଥିବା ବେଳେ ଜିଟି ଲାଇନ ଅଞ୍ଚଳର ଗୁଗୁଲି ଓ ଛୋଟୁ ସମେତ ସେମାନଙ୍କ ସହଯୋଗୀମାନେ ହୋଟେଲ୍ ଭିତରେ ପଶି ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।

ଏଥିସହ ଶ୍ରୀ ମିତ୍ତଲଙ୍କୁ ହୋଟେଲ କ୍ୟାସ କାଉଣ୍ଟର୍ରୁ ଟାଣିଆଣି ଏକ ଲୁହାରଡ୍ରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅନୀଲଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ତେବେ ଘଟଣା ସମ୍ପର୍କରେ ପ୍ଲାଣ୍ଟ୍ସାଇଟ୍ ଥାନା ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗରେ ହୋଟେଲ ମାଲିକ ଅନୀଲ ରାଉରକେଲା ଏସ୍ପି ଡା. ଉମା ଶଙ୍କର ଦାଶଙ୍କୁ ଭେଟି ନ୍ୟାୟ ନିବେଦନ କରିଛନ୍ତି । ଦିନ ଦ୍ୱିପ୍ରହରରେ ଜଣେ ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣାରେ ସିସି କ୍ୟାମେରା ଫୁଟେଜ୍ ଯାଞ୍ଚକରି ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଧରାଯିବ ବୋଲି ଏସ୍ପି ଶ୍ରୀ ଦାଶ କହିଛନ୍ତି ।

By amfnews

Related Post