156 Views
ଭୁବନେଶ୍ବର: ଚଳିତ ବର୍ଷ ହୋଲି ଖେଳିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହି ସୂଚନା ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି । ତେବେ କରୋନା ଭାଇରସକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ସେପଟେ କରୋନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ହୋଲି ଖେଳିବେନି ବୋଲି ନିକଟରେ ଟୁଇଟ କରି କହିଥିଲେ । ତେବେ ଭିଡରୁ ଦୂରେଇ ରହିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେବାପରେ ଏଭଳି ଟୁଇଟ୍ କରିଥିଲେ ମୋଦୀ । ସେଥିପାଇଁ ହୋଲି ମିଳନ ଉତ୍ସବରେ ସେ ସାମିଲ ହେବେନି । ସାରା ଦେଶରେ ହୋଲି ଉତ୍ସବକୁ ଏଥର ଫିକା କରିଦେଇପାରେ କରୋନା । ଏହି ଭାଇରସ ସଂକ୍ରମିତ ବ୍ୟକ୍ତିର କାଶ, କଫ ଏବଂ ଅତି ନିକଟତର ହେଲେ ସଂକ୍ରମଣ ହେବାର ସମ୍ଭାବନା ରହିଛି । ସଂକ୍ରମିତ ବ୍ୟକ୍ତିର କୌଣସି ଲକ୍ଷଣ ନ ଥିଲେ ମଧ୍ୟ ସେ ପାଖ ଲୋକଙ୍କୁ ସଂକ୍ରମିତ କରିପାରିବାର ଆଶଙ୍କା ରହିଛି ।