Mon. Mar 31st, 2025

ହେଲ୍‌ମେଟ୍‌ ନ ପିନ୍ଧିଥିବା ବିଜୁଳି କର୍ମଚାରୀଙ୍କ ଉପରେ ୫୦୦ ଟଙ୍କା ଜରିମାନା କଲା ପୁଲିସ; ଥାନା ଲାଇନ୍‌ କାଟି ପ୍ରତିଶୋଧ ନେଲେ କର୍ମଚାରୀ

By amfnews Aug 1, 2019 #Featured
102 Views

ଲକ୍ଷ୍ନୌ: ହେଲ୍‌ମେଟ୍‌ ନ ପିନ୍ଧିଥିବା ଫିରୋଜାବାଦର ଜଣେ ବିଜୁଳି କର୍ମଚାରୀଙ୍କ ଉପରେ ପୁଲିସ ୫୦୦ ଟଙ୍କା ଜରିମାନା କରିବାରୁ ପ୍ରତିଶୋଧ ନେବା ନିମନ୍ତେ ସମ୍ପୃକ୍ତ କର୍ମଚାରୀ ଥାନା ଉପରେ ୬ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଦେୟ ବକେୟା ଥିବା ଦର୍ଶାଇ ବିଜୁଳି ସଂଯୋଗ ଛିନ୍ନ କରି ଦେଇଛନ୍ତି।
ହେଲ୍‌ମେଟ୍‌ ନ ପିନ୍ଧି ମଙ୍ଗଳବାର ସନ୍ଧ୍ୟାରେ ବାଇକ୍‌ ଚଳାଉଥିବା ବିଜୁଳି ବିଭାଗ କର୍ମଚାରୀଜଣକ ହେଉଛନ୍ତି ଶ୍ରୀନିବାସ।

ଗଣମାଧ୍ୟମକୁ ଶ୍ରୀନିବାସ କହିଛନ୍ତି ୬ ଲକ୍ଷ ଟଙ୍କାର ବିଜୁଳି ଦେୟ ବାକି ରଖି ଥାନା ମତେ ଟ୍ରାଫିକ୍‌ ନିୟମ ଶିଖାଉଛି। ସେ କହିଥିଲେ କି, ସ୍ଥାନୀୟ ଅଞ୍ଚଳରେ କାମ ପାଇଁ ସେ ତରବର ହୋଇ ଯାଉଥିବାରୁ ସେ ହେଲ୍‌ମେଟ୍‌ ପିନ୍ଧି ପାରି ନାହାନ୍ତି। କିନ୍ତୁ ପୁଲିସମାନେ ଜିଦିରେ ଅଟଳ ରହିବାରୁ ସେ ସେମାନଙ୍କୁ ସମୁଚ୍ଚିତ ଶିକ୍ଷା ଦେବାକୁ ସ୍ଥିର କଲେ।

ଦକ୍ଷିଣାଞ୍ଚଳ ବିଦ୍ୟୁତ୍‌ ବିତରଣ ନିଗମର ସବ୍‌-ଡିଭିଜ୍‌ନାଲ୍‌ ଅଫିସର୍‌ କହନ୍ତି ଯେ ବିଜୁଳି ଦେୟ ପୈଠ କରିବାକୁ ଅଫିସ୍‌ ଥାନାକୁ ବହୁବାର ରିମାଇଣ୍ଡର୍‌ ପଠାଇ ଥିଲେ ସୁଦ୍ଧା ସେମାନେ ବକେୟା ପରିଶୋଧ କରୁ ନାହାନ୍ତି। କେତେ ମାସ ହେବ ବିଜୁଳି ବିଭାଗର କର୍ମଚାରୀମାନେ ବି ବେତନ ପାଇ ନ ଥିବା କଥା ସେ କହିଛନ୍ତି।

ଲାଇନ୍‌ପାର୍‌ ଥାନା ପୁଲିସ ଶ୍ରୀନିବାସଙ୍କୁ ଚାଲାଣ କଟିବା ପରେ ବିଜୁଳି ବିଭାଗର ଅନ୍ୟ କର୍ମଚାରୀମାନେ ମଧ୍ୟ ଉତ୍‌କ୍ଷିପ୍ତ ହୋଇ ଯାଇଥିଲେ। କିନ୍ତୁ, ଏସ୍‌ଡିଓ କହିଛନ୍ତି କି, ଶ୍ରୀନିବାସ ଉପରିସ୍ଥ ଅଧିକାରୀମାନଙ୍କ ପରାମର୍ଶ ବିନା ଥାନାରୁ ବିଜୁଳି ସଂଯୋଗ ଛିନ୍ନ କରିଥିବା କଥା ଏସ୍‌ଡିଓ କହିଛନ୍ତି। ସଂଯୋଗ ଛିନ୍ନ ହେବାର ୪ ଘଣ୍ଟା ଯାଏଁ ଥାନାକୁ ବିଜୁଳି ଫେରି ନ ଥିଲା।

By amfnews

Related Post