Fri. Mar 6th, 2026

ହେକେଟ ରୋଡ଼ ଖୋଲିବାକୁ ୨ ମାସ ସମୟ ନେଲା ଆର୍ଏସ୍ପି

231 Views

ରାଉରକେଲା, ୨୯ /୬ : ଚଳିତ ମାସ ପ୍ରଥମ ସପ୍ତାହରେ ମ୍ୟୁନିସିପାଲ କଲେଜ ସମ୍ମୁଖରେ ଥିବା ସାମନା ପୂର୍ବରୁ ତରକୋରାକୁ ସଂଯୋଗ କରୁଥିବା ହେକେଟରୋଡକୁ ୫ ଜଣ ନିଖୋଜ ଯୁବକଙ୍କୁ ଖୋଜିବା ପାଇଁ ଆରଏସପି ପକ୍ଷରୁ ବନ୍ଦ କରି ଦିଆଯାଇଥିଲା  । ତେବେ ଉଦ୍ଧାର କାର୍ଯ୍ୟ ସରିବା ପରେ ମଧ୍ୟ ରାସ୍ତାକୁ ନଖୋଲିବା ଘଟଣାକୁ ନେଇ ଜନସାଧାରଣ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ରଘୁନାଥପାଲ୍ଲୀ ବିଧାୟକ ଘଟଣାରେ ହସ୍ତକ୍ଷେପ କରି ଜନସାଧାରଣଙ୍କ ସୁବିଧା ପାଇଁ ତୁରନ୍ତ ରାସ୍ତାକୁ ଖୋଲିବା ପାଇଁ ଦାବି କରିଥିଲେ  । ତେବେ ବିଧାୟକ ଶ୍ରୀ ତରାଇ ନିଜ ସମର୍ଥନମାନଙ୍କ ସହିତ ହେକେଟରୋଡ ପରିଦର୍ଶନରେ ଯାଉଥିବା ବେଳେ ଉପସ୍ଥିତଥିବା ଆରଏସପି ଅଧକାରୀମାନେ କେତେକ ସମସ୍ୟା ଉପସ୍ଥାପନ କରି ଆସନ୍ତା ଦୁଇ ମାସ ମଧ୍ୟରେ ରାସ୍ତା ଖୋଲାଯିବାର ପ୍ରତିଶ୍ରୁତି ଦେବା ପରେ ସଂପ୍ରତ୍ତି କେବଳ ଦୁଇ ଚକିଆ ଯାନ ଯିବା ପାଇଁ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଇଥିବା ଜଣାପଡିଛି ।

Related Post