Thu. Dec 26th, 2024

ହୃଦୟନାଥଙ୍କ ହୃଦୟର କଥା ‘ଉଠା ପକା ଜୀବନ’

By amfnews Aug 27, 2018 #Featured
422 Views

ମୋନାଲିସା ପରିଡା :-

ଓଡ଼ିଶାର ବୟୋଜ୍ୟେଷ୍ଠ ଓ ପ୍ରବୀଣ ଫଟୋ ସାମ୍ବାଦିକ ଶ୍ରୀ ହୃଦୟନାଥ ଙ୍କ ଆତ୍ମ ଜୀବନି  ‘ଉଠା ପକା ଜୀବନ’  ଇତି ମଧ୍ୟରେ ପ୍ରକାଶ ପାଇଛି । ୪୨୪ ପୃଷ୍ଠା ବ୍ୟାପି ଏହି ପୁସ୍ତକଟିରେ ଅନେକ ଗୁଡ଼ିଏ କଳା ଧଳା ଫଟୋ ଚିତ୍ର ସହ ୨୪ ପୃଷ୍ଠାର ରଙ୍ଗିନ୍ ଚିତ୍ର ରହିଛି । କଟକର ସଙ୍କରପୁର ସ୍ଥିତ ବିଜୟୀନି ପବ୍ଲିକେସନ୍ ତରଫରୁ ପ୍ରକାଶିତ ଏହି ପୁସ୍ତକଟିର ମୂଲ୍ୟ ୪୦୦ ଟଙ୍କା ରଖାଯାଇଛି । ଏହି ପୁସ୍ତକ ସନ୍ନିବେଶିତ ସତତିରିଶି ଗୋଟି ଅଧ୍ୟାୟରେ ଶ୍ରୀ ଦାସ୍ ଙ୍କ ପିଲାଦିନଠାରୁ ଆରମ୍ଭ କରି ଅଶିତ୍ତ୍ୱର ବୟସ ହେବା ପର୍ଯ୍ୟନ୍ତ ତାଙ୍କ ଜୀବନର ଟିକିନିଖି ଅନୁଭୂୁତି ଉଲ୍ଲେଖ କରିଛନ୍ତି ।

କଟକର ସୂତାହାଟ ସ୍ଥିତ ପେନ୍ସନ୍ ଲେନ୍ ର ଏକ ଜମିଦାର ପରିବାରରେ ଜନ୍ମିତ ଉଦୟନାଥ ବିଭିର୍ଣ୍ଣ ସମୟରେ ବହୁ ଘାତପରିଘାତ ମଧ୍ୟ ଦେଇ ସାମାଜିକ ଜୀବନ ତଥା ଗଣମାଧ୍ୟମରେ ନିଜକୁ ସୁପ୍ରତିଷ୍ଠିତ କରିପାରିଛନ୍ତି । ତାଙ୍କ ଜୀବନର ଏହି ସଘଂର୍ସ ମୟ କାହାଣିକୁ ସେ :- ପିଲାଦିନ, ପାଠପଢ଼ା ପାଉଁ ଖଣ୍ଡପଡ଼ା ଗଲି, ମାଉସି ମଉସାଙ୍କ ପାଖରେ ବଢ଼ିଲି, ଚଳଚିତ୍ରର ସ୍ୱପ୍ନ, ଏଣ୍ଡିପୋକ ଚାଷ, ଶୂନଗାଡ଼ିରେ କଟକ, ଜେଜେମାଙ୍କ ଡ଼ିବିରି, କଟକ ଦଶହରା ଭସାଣି ବୁଲା, ଗଡ଼ଜାତ ଯାତ୍ରା ଓ ରଜାଘର କଥା, ସାଇକେଲରେ ଖଣ୍ଡପଡ଼ା ଗଲି, ଖଣ୍ଡପଡ଼ା ଜଙ୍ଗଲ ଜାଗାରେ କାହିଁକି?, ଖଣ୍ଡପଡ଼ା ପାଠପଢ଼ାର ଶେଷ ବର୍ଷ, ପୁନର୍ଜନ୍ମ, ହାଇସ୍କୁଲରେ ପଢ଼ା, କେମିତି କିଣିଲି ପ୍ରଥମ କ୍ୟାମେରା, ଫଟୋଉଠା ଶିଖା, ଡ଼ାକ୍ତର ହେବା ନୋହିଲା, ସାବତ ମା’ କ’ଣ? , କଟକ ମୋଟର ଆସୋସିଏସନ୍, ସେ ସମୟର କୋଣାର୍କ, ଚାର୍କୋଲ ଇଞ୍ଜିନ ଗାଡ଼ି(ବସ୍), ରନ୍ତଲେଇ ବାବା, ବିହାର ନର୍ଶନ, ମାଛ ଜାଲ ନିଲାମ ଧରିବା, ବିବାହ ପ୍ରସ୍ତାବ, ସନ୍ତାନର ପିତା, ଚିରାକାଠ ବ୍ୟବସାୟ, ନିଜର ପ୍ରଥମ ଫଟୋ ଷ୍ଟୁଡ଼ିଓ, ଚଳଚ୍ଚିତ୍ର ବିଷୟରେ ଜ୍ଞାନ, ‘ରୂପଭାରତୀ’ ର ଶ୍ରୀ ଲୋକନାଥ, କଳାବିକାଶ କେନ୍ଦ୍ରର ମୂଳକଥା, ପ୍ରଳୟଙ୍କରୀ ବନ୍ୟାରେ ଦଳେଇଘାଇ, ଓଡ଼ିଶାର ପଶ୍ଚିମାଞ୍ଚଳରେ ମରୁଡ଼ି, ‘ଦାସ ଏନ୍ ଦାସ’ ର ଜନ୍ମ, ୧୯୮୨ର ଅଦ୍ଭୁତପୂର୍ବ ବନ୍ୟାବିତ୍ପାତ, ‘ସମାଜ’ ପାଇଁ ବାଙ୍ଗାଲୋର, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ, ।

ଶ୍ରି ଦାସ ଙ୍କ କର୍ମ ବହୁଳ ଫଟୋ ସାମ୍ବାଦିକତାର ଜୀବନରେ ଓଡ଼ିଶାରେ ବହୁ ଐତିହାସିକ ଓ ଦୁର୍ଲଭ ଘଟଣା ମାନ ସେ ଅଙ୍ଗେଲିଭେଇଥିବାର ସୁଯୋଗ ପାଇଥିଲେ ।ଓଡ଼ିଶା ତଥା ଜାତୀୟ ରାଜନିତିର ବହୁ ବରିଷ୍ଠ ନେତା ମାନଙ୍କ ସହିତ ମଧ୍ୟ କାର୍ଯ୍ୟ କରିଥିଲେ । ବାରବାଟି ଷ୍ଟାଡ଼ିୟମ୍ ର ପ୍ରତିଷ୍ଠା, ଇଣ୍ଡୋସୋଭୀଏଟ୍ କଲ୍ଚରାଲ୍ ସୋସାଇଟିର ଜାତୀୟ ସମ୍ମିଳନି, ବାରବାଟି ଷ୍ଟାଡ଼ିୟମ୍ ରେ ଅନୁଷ୍ଠିତ ହୋଇଥିବା ଭାରତ-ଋଷ୍ ପଦର୍ଶନି ଫୁଟବଲ ମ୍ୟାଚ ଠାରୁ ଆରମ୍ଭକରି ବହୁ ଜାତିୟ ଓ ଆର୍ନ୍ତଜାତୀୟ କ୍ରିକେଟ ମ୍ୟାଚ, ଦଳେଇଘାଇ ଭଳି ପ୍ରାକୃତିକ ବିପର୍ଜୟଠାରୁ ଆରମ୍ଭକରି ୧୯୯୯ର ପ୍ରଳୟଙ୍କାରି ମହାବାତ୍ୟା ସବୁକିଛି ଶ୍ରୀ ଦାସ ଦେଖିବା ସହ ସେସବୁର ସମ୍ବାଦ ଚିତ୍ର ଉଠାଇବାର ସେୁଯୋଗ ପାଇଥିଲେ । ରାଜ୍ୟର ଆଉ କୌଣସି ସାମ୍ବାଦିକ ଏତେ ଦିର୍ଘ ସମୟଧରି ଫଟୋ ସାମ୍ବାଦିକତା କରିବାର ସୁଯୋଗ ହୁଏତ ପାଇନାହେନ୍ତି ।

ଶ୍ରୀ ଦାସ କେବଳ ଯେ ଜଣେ କୁଶଳି ଓ ଦକ୍ଷ ଫଟୋ ସାମ୍ବାଦିକ ଥିଲେ ତାହା ନୁହେଁ ରାଜ୍ୟର ଅଧିକାଶଂ ଅଭିନେତା ଅଭିନେତ୍ରୀ ଓ ନୃତ୍ୟ ଶିଳ୍ପିମାନଙ୍କ କଳା ଚାତୁରିର ଫଟୋ ଉଠାଇ ସେମାନଙ୍କୁ ସମାଜରେ ସ୍ୱତନ୍ତ୍ର ପରିଚୟ ଦେବାପାଇଁ ସହାୟତା ମଧ୍ୟ କରିଥିଲେ । ଜୀବନ ସଂଗ୍ରାମରେ ହାର୍ ନମାନି ନିଜର ଆର୍ଥିକ ସ୍ୱଚ୍ଛଳତା ପାଇଁ ଚଣ୍ଡିଛକ ଠାରେ କାଠଗୋଲା ଖୋଲିବା ସହ ‘ଦାସ ଏନ୍ ଦାସ’ ଫଟୋ ଷ୍ଟୁଡ଼ିଓ ମଧ୍ୟ ପ୍ରତିଷ୍ଟା କରିଥିଲେ । ଶ୍ରୀ ଦାସ ଫଟୋ ସାମ୍ବାଦିକତାରେ ପାଇଥିବା ସମ୍ମାନ ଅନୁଭବ କରି ନିଜର ସନ୍ତାନ ମାନଙ୍କୁ ମଧ୍ୟ ଦକ୍ଷ ଫଟୋ ସାମ୍ବାଦିକ ଭାବରେ ପ୍ରତିଷ୍ଠିତ କରେଇବା ପାଇଁ ଉଦ୍ୟମ କରି ସଫଳ ହୋଇଥିଲେ ।
ଶ୍ରୀ ଦାସ ଙ୍କ ଆତ୍ମ ଜୀବନି ‘ଉଠା ପକା ଜୀବନ’ ଓଡ଼ିଆ ଭାଷରେ ଏକ ଦୁର୍ଲଭ ଗ୍ରନ୍ଥ କହିଲେ ଅତ୍ୟୁକ୍ତି ହେବ ନାହିଁ କାରଣ ଓଡ଼ିଶର କୌଣସି ଫଟୋ ସାମ୍ବାଦିକ ସେମାନଙ୍କର ଆତ୍ମ ଜୀବନି ଲେଖିନାହେନ୍ତି । ଏହି ପୁସ୍ତକଟି ଅନେକ ଫଟୋ ସାମ୍ବାଦିକଙ୍କୁ ନିଜନିଜ କ୍ଷେତ୍ରରେ ସୁପ୍ରତିଷ୍ଠିତ ହେବାଲାଗି ନିଶ୍ଚିନ୍ତ ଭାବରେ ପ୍ରେରଣା ଯୋଗାଇବ । ଶ୍ରୀ ଦାସ ଏହି ପୁସ୍ତକରେ ତାଙ୍କ ଜୀବନର କେତକ ତିକ୍ତ ଅନୁଭୂତି ଏବଂ କେତକ ବ୍ୟକ୍ତିଙ୍କ ଆଚରଣ ସଂପର୍କରେ ନିଷ୍ଠୁର ସତ୍ୟ କଥା ଲେଖିବା ପାଇଁ ପଛାଇନାହେନ୍ତି ।

‘ଉଠା ପକା ଜୀବନ’ ସମସାମୟୀକ ସମାଜ, ସଂସ୍କୃତି, କଳା, ଏବଂ ଚଳଣି ର ଏକ ଜୀବନ୍ତ ଇତିହାସ ରୂପେ ଯେ ପରିଗଣିତ ହେବ ଏଥିରେ ସନ୍ଦେହ ନାହିଁ । ଏହି ପୁସ୍ତକଟି ରାଜ୍ୟର ସମସ୍ତ ପାଠାଗାର ଓ ଶିକ୍ଷାନୁଷ୍ଠାନରେ ସଂଗୃହିତ ଓ ସଂରକ୍ଷିତ ହୋଇ ରହିଲେ ଭବିଷ୍ୟତ ପିଢ଼ି ଏହାଦ୍ୱାରା ଉପକୃତ ହୋଇ ପାରନ୍ତେ ।

By amfnews

Related Post