Sat. Nov 23rd, 2024

ହୀରାକୁଦ ଡ୍ୟାମ୍‌ରୁ ୨୪ଟି ଗେଟ ଖୋଲିବା ପରେ ଫୁଲୁଛି ମହାନଦୀ, ବନ୍ୟା ଆଶଙ୍କା

By amfnews Aug 28, 2020 #Featured
145 Views

ଭୁବନେଶ୍ୱର, ଅଗଷ୍ଟ ୨୮ : ଛତିଶଗଡ଼ରେ ବର୍ଷା ହେବା ଫଳରେ ହୀରାକୁଦ ଡ୍ୟାମକୁ ପ୍ରଚୁର ଜଳରାଶି ପ୍ରବେଶ କରୁଛି । ଫଳରେ ହୀରାକୁଦ ଡ୍ୟାମରୁ ୨୪ଟି ଗେଟ ଖୋଲାଯାଇଛି । ହୀରାକୁଦ ଡ୍ୟାମକୁ ୬ ଲକ୍ଷ ୫୬ ହଜାର ୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଏଠାରୁ ୩ ଲକ୍ଷ ୩୫ ହଜାର ୬୫୮ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି ।

ହୀରାକୁଦ ଡ୍ୟାମର ତଳପଟରେ ମଧ୍ୟ ପ୍ରବଳ ମାତ୍ରାରେ ଜଳ ପ୍ରବାହିତ ହେଉଛି । କାରଣ ମହାନଦୀର ଉପନଦୀଗୁଡ଼ିକରେ ବନ୍ୟା ଜଳ ଆସିଛି । ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ପ୍ରବାହିତ ହେଉଥିବା ନଦୀ ଓ ଉପନଦୀଗୁଡ଼ିକ ମହାନଦୀ ସହିତ ସଂଲଗ୍ନ ହୋଇଥିବାରୁ ବନ୍ୟା ଜଳ ଅଧିକ ପ୍ରବାହିତ ହୋଇଛି । ବରମୂଳରେ ୬ ଲକ୍ଷ ୧ ହଜାର ଓ ମୁଣ୍ଡଳିରେ ୭ ଲକ୍ଷ ୫୪ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି ।

ହୀରାକୁଦ ଡ୍ୟାମକୁ ଇବ ଏବଂ ଭେଡନ ନଦୀର ଜଳ ପ୍ରବେଶ କରୁଛି । ମହନଦୀରେ ଜଳ ସ୍ତର ବଢ଼ିଥିବାରୁ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନକୁ ସତର୍କ ସୂଚନା ଦିଆଯାଇଛି ।

By amfnews

Related Post