Tue. Dec 24th, 2024

ହିମାଚଳ ଓ ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୩ ମୃତ, ୫ ଜଣ ଗୁରୁତର

By amfnews Nov 16, 2020 #Featured
154 Views

ମଣ୍ଡି/ସିଦ୍ଧାର୍ଥନଗର, ନଭେମ୍ବର ୧୬ : ହିମାଚଳ ପ୍ରଦେଶ ଓ ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ଦୁର୍ଘଟଣାରେ ମୋଟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଆହତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ପୁଲଗହାଟ ଅଂଚଳରେ ଆଜି ଭୋର ୩ଟାରେ ଏକ ପିକଅପ ଭ୍ୟାନ ନିୟନ୍ତ୍ରଣ ହରାଇ ଏକ ଜଳାଶୟକୁ ଖସିପଡ଼ିଥିଲା । ଫଳରେ ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଲୋକ ଗୁରୁତର ହୋଇଛନ୍ତି ।

ସେହିଭଳି ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଢ଼ୟା ଗାଁ ନିକଟରେ ଏକ କାର ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଛି । କାରରେ ଥିବା ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା । ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାରରେ ଥିବା ଯାତ୍ରୀମାନେ ବିହାର ଯାଉଥିଲେ ।

By amfnews

Related Post